‘ସେସୁ’ର ସଂଯୋଗ ବିଚ୍ଛିନ୍ନ ଅଭିଯାନ ସ୍ଥଗିତ

Advertisment

୧୦ ଦିନ ପର୍ଯ୍ୟନ୍ତ ସେସୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବ ନାହିଁ, ଫେବ୍ରୁଆରି ୧୬ ତାରିଖରେ ପୁଣି ଥରେ ଏହି ଅଭିଯାନ ଆରମ୍ଭ ହେବ

୧୦ ଦିନ ପର୍ଯ୍ୟନ୍ତ ସେସୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବ ନାହିଁ, ଫେବ୍ରୁଆରି ୧୬ ତାରିଖରେ ପୁଣି ଥରେ ଏହି ଅଭିଯାନ ଆରମ୍ଭ ହେବ

କେଳେଙ୍କାରୀ ସୀମା ଟପିଲାଣି!

New Indian Express

ଭୁବନେଶ୍ବର : ବିଜୁଳି ଦେୟ ବାବଦକୁ ବାକି ପଡ଼ିଥିବା କୋଟି କୋଟି ଟଙ୍କା ଆଦାୟ ଲକ୍ଷ୍ୟରେ ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ୧୦ ଦିନ ବିରାମ ଘୋଷଣା କରିଛି ସେସୁ। ୧୦ ଦିନ ପର୍ଯ୍ୟନ୍ତ ସେସୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିବ ନାହିଁ। କର୍ମଚାରୀ ଥକି ଯାଇଥିବା ବେଳେ ୩୫ ହଜାର ୨୭୭ଟି ଅଭିଯୋଗ ବିଚାର ପାଇଁ ରହିଛି। ଏଣୁ ଏହି ୧୦ ଦିନରେ ଅଭିଯୋଗଗୁଡ଼ିକ ଉପରେ ବିଚାର ହେବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ସେସୁ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେବା ସହ ଏହି ୧୦ ଦିନରେ ଅନ୍ୟ ଉପଭୋକ୍ତାମାନେ ବାକି ରଖିଥିବା ଦେୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ୧୦ ଦିନ ପରେ ଫେବ୍ରୁଆରି ୧୬ ତାରିଖରେ ପୁଣି ଥରେ ଏହି ଅଭିଯାନ ଆରମ୍ଭ ହେବ। ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରୁ ବକେୟା ବିଲ୍‌ ଆଦାୟ ପ୍ରକ୍ରିୟା ପାଖାପାଖି ଶେଷ ହୋଇଛି। ଏବେ ଘରୋଇ ବିଲ୍‌ ଆଦାୟ ହେବା ସହ ବିଲ୍‌ ଦେଉନଥିବା ଉପଭୋକ୍ତାଙ୍କର ସଂଯୋଗ ବିଚ୍ଛିନ୍ନ ହେବ ବୋଲି ସେ କହିଛନ୍ତି।

ସୂଚନା ମୁତାବକ, ବିଜୁଳି ବିଲ୍‌ ବାବଦକୁ ସମୁଦାୟ ୨୭ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ୭ ଲକ୍ଷଙ୍କ ଉପରେ ୧ ହଜାର ୯୭୧ କୋଟି ଟଙ୍କା ବାକି ପଡ଼ିଥିଲା। ଏହାକୁ ଆଦାୟ କରିବା ପାଇଁ ସେସୁ କଠୋର ହୋଇଥିଲା। ଜାନୁଆରି ୧୫ ସୁଦ୍ଧା ବକେୟା ବିଲ୍‌ ନ ଦେଲେ ୧୬ ତାରିଖରୁ ଲାଇନ୍‌ କାଟିବା ପାଇଁ ଘୋଷଣା କରିଥିଲା। ଏହି ଘୋଷଣାର ପରଦିନ ୨ କୋଟି ଟଙ୍କା ବକେୟା ରାଶି ଆଦାୟ ହୋଇଥିଲା। ଧାର୍ଯ୍ୟ ସମୟରେ ସେସୁ ପ୍ରଥମେ ବାଣିଜ୍ୟିକ ପ୍ରତିଷ୍ଠାନରୁ ବକେୟା ରାଶି ଆଦାୟ ସହ ସଂଯୋଗ ବିଚ୍ଛିନ୍ନ କାମ ଆରମ୍ଭ କରିଥିଲା। ଆଜି ସୁଦ୍ଧା ୧ ଲକ୍ଷ ୬୨ ହଜାର ୮୦୧ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଛି। ସେଥିମଧ୍ୟରୁ ୨୧ ହଜାର ୩୩୯ ଜଣଙ୍କର ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ବାକି ଅର୍ଥ ଜମା କରିବାରୁ ୯ ହଜାର ୨୮୯ଜଣଙ୍କର ପୁନଃ ସଂଯୋଗ କରାଯାଇଛି। ୭୨ କୋଟି ୬୬ ଲକ୍ଷ ଟଙ୍କା ଆଦାୟ ହୋଇଛି। ଏହି ଉପଭୋକ୍ତାଙ୍କ ମଧ୍ୟରେ କେବଳ ଶିଳ୍ପ କିମ୍ବା ବାଣିଜ୍ୟିକ ପ୍ରତିଷ୍ଠାନ ନାହାନ୍ତି, ଯେଉଁମାନେ ବଡ଼ ବଡ଼ ବିଦ୍ୟୁତ ଉପକରଣ ବ୍ୟବହାର କରୁଛନ୍ତି ସେମାନଙ୍କ ଠାରୁ ବେକୟା ରାଶି ଆଦାୟ କରାଯାଇଛି। ସେମାନଙ୍କର ସଂଖ୍ୟା ୨୦ ପ୍ରତିଶତ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ମୋଟ ବକେୟା ରାଶି ୧ହଜାର ୯୭୧ କୋଟିରୁ ୨୦୯ କୋଟି ଟଙ୍କାକୁ ନେଇ କୋର୍ଟରେ ବିବାଦ ରହିଛି। ଏହା କିଭଳି ଯଥାଶୀଘ୍ର ସମାଧାନ ହେବ ସେ ନେଇ ଓକିଲମାନଙ୍କ ସହ ସେସୁ ଆଲୋଚନା କରିସାରିଛି ବୋଲି ଶ୍ରୀ ବୋଥ୍ରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe