ସେସୁରେ କାର୍ଯ୍ୟରତ ଅବସରପ୍ରାପ୍ତ ସୈନିକଙ୍କୁ ଉପେକ୍ଷା

Advertisment
ସେସୁ ଘରୋଇକରଣକୁ ନେଇ ଚିନ୍ତା, କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌ର ଆନ୍ଦୋଳନ ଡାକରା ୩୦ରେ ଧାରଣା

Telegraph India

ଖୋର୍ଧା: ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଇ ୟୁୁଟିଲିଟି(ସେସୁ)ରେ କାର୍ଯ୍ୟରତ ଅବସରପ୍ରାପ୍ତ ସୈନିକମାନଙ୍କୁ ଶୋଷଣ କରାଯାଉଛି। ଦୀର୍ଘ ୧୬ ବର୍ଷ ହେଲା ସେମାନେ କାର୍ଯ୍ୟକରୁଥିଲେ ମଧ୍ୟ ସ୍ଥାୟୀ ନିଯୁକ୍ତି ଦିଆଯାଉନାହିଁ କି ନ୍ୟାଯ୍ୟ ପ୍ରାପ୍ୟ ବି ମିଳୁନି। ସେସୁ କର୍ତ୍ତୃପକ୍ଷଙ୍କର ଏଭଳି ଚରମ ଅବହେଳା ଯୋଗୁଁ ଦେଖାଦେଇଥିବା ଅସନ୍ତୋଷ ଏବେ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି। ସୂଚନା ଥାଉ କି, ୨୦୦୨ ମସିହାରେ ସେସ୍କୋରେ ନିଯୁକ୍ତ ୮୬୦ ଜଣ ପୂର୍ବତନ ସାମରିକ କର୍ମଚାରୀଙ୍କୁ ପରେ ଲିଖିତ ଓ ମୌଖିକ ପରୀକ୍ଷା କରି ୨୦୦୯ ଜାନୁଆରିରୁ ଠିକା କର୍ମଚାରୀ ଭାବେ ଗ୍ରହଣ କରାଯାଇଛି। ଇତି ମଧ୍ୟରେ ସେସୁର ସବୁ କର୍ମଚାରୀଙ୍କର ଦରମା ବଢ଼ିଥିଲେ ହେଁ ଅବସରପ୍ରାପ୍ତ ସୈନିକମାନେ ଏଥିରୁ ବଞ୍ଚିିତ। ସର୍ବୋପରି ସେମାନଙ୍କ ମଧ୍ୟରେ ବହୁ ଦକ୍ଷ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ଅଣକୁଶଳୀ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ କରାଯିବା ସହ ସ୍ୱଳ୍ପ ପାରିଶ୍ରମିକ ଦେଇ ବିଭିନ୍ନ ସ୍ଥାନରେ ରଖୁୁଛନ୍ତି। ସେସୁ କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣରେ ଅନେକ କର୍ମଚାରୀ ଚାକିରି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଇତିମଧ୍ୟରେ କେତେକଙ୍କର ମୃତ୍ୟୁ ହୋଇଗଲାଣି ତ ଆଉ କେତେକ ଅବସର ନେଲେଣି। ବର୍ତ୍ତମାନ ଏହି ଠିକା କର୍ମଚାରୀମାନଙ୍କ ସଂଖ୍ୟା ୪୩୦ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି କିମ୍ବା ଠିକ୍‌ ପ୍ରାପ୍ୟ ମିଳୁନାହିଁ। ଏପରିକି ଯେଉଁମାନେ ଅବସର ନେଉଛନ୍ତି କିମ୍ବା ଚାକିରି ଛାଡୁଛନ୍ତି ସେମାନଙ୍କୁ ନ୍ୟାଯ୍ୟ ପ୍ରାପ୍ୟ ଠିକ୍‌ ସମୟରେ ଦିଆଯାଉନି। ଅନ୍ୟପକ୍ଷରେ, ସେମାନଙ୍କୁ ସେସୁ କର୍ତ୍ତୃପକ୍ଷ ଛଟେଇ କରିବା ପାଇଁ ମସୁଧା ଚଳାଇଛନ୍ତି ବୋଲି ସେସ୍କୋ ଏକ୍ସସର୍ଭିିିସମ୍ୟାନ ଏମ୍ପ୍ଲୟିଜ୍‌ ୟୁନିଅନ ଅଭିଯୋଗ କରିଛି। ଆଗାମୀ ଦିନରେ ସେସୁ କର୍ତ୍ତୃପକ୍ଷଙ୍କ ଏହି ଟାଳଟୁଳ ନୀତିକୁ ବିରୋଧ କରି ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘର ସାଧାରଣ ସମ୍ପାଦକ ସୀତାକାନ୍ତ ପଣ୍ଡା ଏବଂ ସଭାପତି ବିଶ୍ୱନାଥ ମିଶ୍ର ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe