ବିଚାରପତିଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଲେ

Advertisment
ମହିଳାଙ୍କ ସୁନାଚେନ୍ ଝାମ୍ପିନେଲେ

Free Press Journal

ବରଗଡ଼ : ବରଗଡ଼ ଏସ୍‌ପି ଅଫିସ୍‌ରୁ ମାତ୍ର ଦୁଇ ଶହ ମିଟର୍‌ ଦୂର ତଥା ବ୍ୟସ୍ତ ରହୁଥିବା ମିନି ଷ୍ଟାଡିୟମ୍‌ ପଛ ରାସ୍ତାରୁ ଦୁର୍ବୃତ୍ତମାନେ ଜେଏମ୍‌ଏଫ୍‌ସି ଜୟା ରାୟଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଛନ୍ତି। ସେ ରାତିରେ ଷ୍ଟାଡିୟମ୍‌ ପଛପଟ ଘରକୁ ଫେରୁଥିବା ବେଳେ ଲୁଟେରାମାନେ ବାଇକ୍‌ରେ ଆସି ସୁନା ଚେନ୍‌ ଝାମ୍ପି ଦ୍ରୁତ ଗତିରେ ପଳାଇଥିଲେ। ଖବର ପାଇ ପୁଲିସ୍‌ ଆଖପାଖ ସିସିଟିଭି ଫୁଟେଜ୍‌ ସହ ତନାଘନା କରିଥିଲେ ହେଁ ଦୁର୍ବୃତ୍ତମାନଙ୍କ କିଛି ପତ୍ତା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe