ଚେନ୍‌ଲୁଟେରା ଲୁଟିନେଲେ ମହିଳାଙ୍କ ଜୀବନ: ପାଟ୍ରୋଲିଂ ଓ ଉପକଣ୍ଠର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

Advertisment

ମହିଳାଙ୍କ ସୁନାଚେନ୍‌ ଲୁଟିନେଲେ ଦୁଇଜଣ ଦୁର୍ବୃତ୍ତ। ସେତିକିରେ କଥା ସରିଲାନି, ଲୁଟ୍‌ ସମୟରେ ଗୁରୁତର ଭାବେ ଆହତ ହୋଇଥିବା ମହିଳା ଜଣକ ଶେଷରେ ପ୍ରାଣ ହାରିଲେ। ଘଟଣାଟି ଘଟିଛି ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପିପିଲି ଓ ଜଟଣୀ ସୀମାବର୍ତ୍ତୀ ଅଞ୍ଚଳରେ।

ମହିଳାଙ୍କ ସୁନାଚେନ୍‌ ଲୁଟିନେଲେ ଦୁଇଜଣ ଦୁର୍ବୃତ୍ତ। ସେତିକିରେ କଥା ସରିଲାନି, ଲୁଟ୍‌ ସମୟରେ ଗୁରୁତର ଭାବେ ଆହତ ହୋଇଥିବା ମହିଳା ଜଣକ ଶେଷରେ ପ୍ରାଣ ହାରିଲେ। ଘଟଣାଟି ଘଟିଛି ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପିପିଲି ଓ ଜଟଣୀ ସୀମାବର୍ତ୍ତୀ ଅଞ୍ଚଳରେ।

hfkhkfhfkhkf

ଭୁବନେଶ୍ବର: ମହିଳାଙ୍କ ସୁନାଚେନ୍‌ ଲୁଟିନେଲେ ଦୁଇଜଣ ଦୁର୍ବୃତ୍ତ। ସେତିକିରେ କଥା ସରିଲାନି, ଲୁଟ୍‌ ସମୟରେ ଗୁରୁତର ଭାବେ ଆହତ ହୋଇଥିବା ମହିଳା ଜଣକ ଶେଷରେ ପ୍ରାଣ ହାରିଲେ। ଘଟଣାଟି ଘଟିଛି ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପିପିଲି ଓ ଜଟଣୀ ସୀମାବର୍ତ୍ତୀ ଅଞ୍ଚଳରେ। ମହିଳାଙ୍କ ନାଁ ୟୁ ବିଷ୍ଣୁ ପାତ୍ର। ସେ ଏୟାରଫିଲ୍ଡ ଥାନା ବୋତଣ୍ଡା ଅଞ୍ଚଳର ବାସିନ୍ଦା। ଗତ ୧୧ ତାରିଖ ଅପରାହ୍ଣ ଗୋଟାଏ ସମୟରେ ସ୍ବାମୀଙ୍କ ସହ ବାଇକ୍‌ରେ ହରିରାଜପୁର ସୋମନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ଲବଣିଗିରି ପାହାଡ ଛକ ନିକଟରେ ଏକ କଳା ପଲ୍‌ସର୍‌ ବାଇକ୍‌ରେ ଥିବା ଦୁଇଜଣ ଲୁଟେରା ତାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ତେବେ ଚେନ୍‌ ମୋଟା ଥିବାରୁ ଛିଣ୍ଡି ନଥିଲା। ଚେନ୍‌ ନେଇ ନପାରି ସେମାନେ ଫେରିଆସି ମହିଳାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଭାରସାମ୍ୟ ହରାଇ ସେ ଗାଡ଼ିରୁ ତଳେ ପଡ଼ିଯାଇଥିଲେ। ଦୁଇ ଦୁର୍ବୃତ୍ତ ତା’ପରେ ଜଟଣୀ ଓ ପିପିଲି ରାସ୍ତାରେ ଚମ୍ପଟ ମାରିଥିଲେ। ତଳେ ପଡ଼ିବା ଫଳରେ ମହିଳାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା। ଗୁରୁତର ସ୍ଥିତିରେ ତାଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ତା’ପରେ ହାଇଟେକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୩ ଦିନ ଚିକିତ୍ସାଧୀନ ରହିବାପରେ ଗତକାଲି ଅପରାହ୍ନରେ ପି ବିଷ୍ନୁ ପାତ୍ରଙ୍କର ମୃତ୍ୟୁ ଘଟିଛି। 

ଏହି ମାମଲାକୁ ନେଇ କମିସନରେଟ ପୁଲିସ ଅଡୁଆରେ ପଡ଼ିଯାଇଛି। ସହରରେ ଅତ୍ୟାଧୁନିକ ଶୈଳୀରେ ପାଟ୍ରୋଲିଂ ଚାଲିଛି, ଚାରିଆଡ଼େ ସିସିଟିଭି ଲାଗିଛି ଏବଂ ଅପରାଧୀଙ୍କୁ ସାବାଡ୍ କରିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ପୁଲିସ କରୁଥିବା ଦାବିକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଯାଏ ପୁଲିସ ଲୁଟେରାଙ୍କର ଟେର୍‌ ପାଇନାହିଁ, ଯଦିଓ ଏକ ସ୍ବତନ୍ତ୍ର ଟିମ୍ ମାମଲାର ତଦନ୍ତ କରୁଥିବା କୁହାଯାଉଛି। ସ୍ଥାନୀୟ ଲୋକଙ୍କ କହିବାକଥା, ଶୂନଶାନ ଅଞ୍ଚଳ ହୋଇଥିବାରୁ ଏହି ରାସ୍ତାରେ ନିୟମିତ ଭାବେ ଲୁଟ୍‌ପାଟ ଚାଲିଛି। ଏହାକୁ ରୋକିବାଲାଗି କିଛି ବଡ଼ ପଦକ୍ଷେପ ନେବା ତ ଦୂରର କଥା, ସେ ଅଞ୍ଚଳରେ ସାଧାରଣ ପାଟ୍ରୋଲିଂ ବି କଡ଼ାକଡ଼ି କରାଯାଉନାହିଁ। 

କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ, ସହରର ଅଧିକାଂଶ ଅଞ୍ଚଳରେ, ବିଶେଷକରି ଉପକଣ୍ଠରେ ସିନ୍ଧିଚୋରି, ଲୁଟ୍‌, ଚେନ୍‌ସ୍ନାଚିଂ ମାମଲା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ରୋକିବାରେ କମିସନରେଟ୍‌ ପୁଲିସ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି। ପୁଲିସ ଡାଳେ ଡାଳେ ଗଲେ ଲୁଟେରା ପତ୍ରେ ପତ୍ରେ ଯାଉଛନ୍ତି। କମିସନରେଟ୍‌ ପୁଲିସ ପକ୍ଷରୁ ବହୁ ପ୍ରଚାରିତ ‘କନ୍‌ଭଏ ପାଟ୍ରୋଲିଂ’ ଚାଲିଥିବାବେଳେ ଏହି ଘଟଣା ସହରର ଅସଲ ପରିସ୍ଥିତିକୁ ଦେଖାଇ ଦେଇଛି। ଗତ ୯ମାସ ଭିତରେ ରାଜଧାନୀରେ ୧,୧୫୪ ଟି ଚୋରି ମାମଲା ହୋଇଥିବାବେଳେ, ସେଥିରୁ ମାତ୍ର ୨୫୦ଟି ମାମଲାରେ ପୁଲିସ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି। ୩୩୫ଟି ଲୁଟ୍‌ ଓ ଚେନ୍‌ସ୍ନାଚିଂ ମାମଲା ଭିତରୁ ମାତ୍ର ୧୫୦ଟି ମାମଲାରେ ପୁଲିସ ଅଭିଯୁକ୍ତଙ୍କ ଟେର୍‌ ପାଇଛି। ସେହିପରି ୨୩୯ ସିନ୍ଧିଚୋରି ମାମଲା ଭିତରୁ କେବଳ ୭୮ ମାମଲାରେ ପୁଲିସ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe