ଭୁବନେଶ୍ବର : ମନ୍ତ୍ରିମଣ୍ଡଳର ଅଦଳବଦଳ ସହ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ସମେତ ରାଜ୍ୟର ସବୁ ନିଗମର ଅଧ୍ୟକ୍ଷ, ବିଭିନ୍ନ ବିଭାଗର ଉପଦେଷ୍ଟାଙ୍କଠାରୁ ଦାୟିତ୍ବ ପ୍ରତ୍ୟାହାର କରିନିଆଯାଇଛି। ଆସନ୍ତାକାଲିଠାରୁ ସେମାନେ ଆଉ ନିଜ ନିଜ ପଦବିରେ କାର୍ଯ୍ୟ କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋନଦନ ପରେ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି। ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପରେ ଯେ କୌଣସି ଦିନ ନୂଆ ଅଧ୍ୟକ୍ଷ ଓ ଉପଦେଷ୍ଟାମାନଙ୍କୁ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ଯୋଜନା ବୋର୍ଡ ସମେତ ୧୩ଟି ନିଗମ, ୮ଟି ବିଭାଗ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ୨୩ ଜଣ ରାଜନୈତିକ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us