ବାରିପଦାରେ ପ୍ରସିଦ୍ଧ ଚୈତ୍ର ପର୍ବ ଉଦ୍‌ଘାଟିତ

Advertisment
ବାରିପଦାରେ ପ୍ରସିଦ୍ଧ ଚୈତ୍ର ପର୍ବ ଉଦ୍‌ଘାଟିତ

ବାରିପଦା: ବିଶ୍ବପ୍ରସିଦ୍ଧ ଚୈତ୍ର ପର୍ବଆଜିଠାରୁ ଆରମ୍ଭ ହୋଇଛି। ବାରିପଦା ଛଉ ପଡ଼ିଆଠାରେ ଆୟୋଜିତ ଚୈତ୍ର ପର୍ବକୁ ରାଜସ୍ବମନ୍ତ୍ରୀ ସୁଦାମ ମାରା‌ଣ୍ଡି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ଏହି ପର୍ବ ଜିଲ୍ଲାବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧିରଖେ ବୋଲି କହିଥିଲେ।

ଜିଲ୍ଲାପାଳ ବିନିତ ଭରଦ୍ୱାଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ମୋରଡା ବିଧାୟକ ରାଜକିଶୋର ଦାସ, ସାରସକଣା ବିଧାୟକ ଡା. ବୁଡ଼ାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ପ୍ରମୁଖ ଯୋଗ ଦେଇ ଚୈତ୍ର ପର୍ବର ଇତିହାସ ଓ ଛଉ ନୃତ୍ୟର ବୈଶିଷ୍ଟ୍ୟ ସମ୍ପର୍କରେ ମତ ରଖିଥିଲେ। ଏସ୍‌ପି ଖିଲାରୀ ଋଷିକେଶ ଧ୍ୟାନଦେଓ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପି. ଅନ୍ୱେଷା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲାର ଗ୍ରାମାଞ୍ଚଳର ନୃତ୍ୟଦଳ ଛଉନୃତ୍ୟ ପରିବେଷଣ କରିଥିଲେ। ଶାନ୍ତିଶୃଙ୍ଖଳାର ରକ୍ଷା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe