ଦୁଃଖ ଦେଲା ଇନ୍ଦ୍ରାବତୀ ପ୍ରକଳ୍ପ: ୧୭୦ ଏକର ଜମିମାଲିକ ଏବେ ମୂଲିଆ

Advertisment

ଏକରେ କି ଦୁଇ ଏକର ନୁହଁ, ନିଜ ମାଲିକାନାରେ ଥିଲା ୧୭୦ ଏକର ଜମି। ଜମିଦାର ଶ୍ରେଣୀର ପରିବାର ଅଭାବ ବୋଲି କିଛି ଜାଣିନଥିଲେ। କିନ୍ତୁ ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ନିର୍ମାଣ ପରେ ଜଳଗର୍ଭରେ ଲୀନ ହୋଇଗଲା ସମସ୍ତ ଜମି।

ଏକରେ କି ଦୁଇ ଏକର ନୁହଁ, ନିଜ ମାଲିକାନାରେ ଥିଲା ୧୭୦ ଏକର ଜମି। ଜମିଦାର ଶ୍ରେଣୀର ପରିବାର ଅଭାବ ବୋଲି କିଛି ଜାଣିନଥିଲେ। କିନ୍ତୁ ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ନିର୍ମାଣ ପରେ ଜଳଗର୍ଭରେ ଲୀନ ହୋଇଗଲା ସମସ୍ତ ଜମି।

dadagdagda

ସୁଶାନ୍ତ ଶତପଥୀ
ତେନ୍ତୁଳିଖୁଣ୍ଟି: ଏକରେ କି ଦୁଇ ଏକର ନୁହଁ, ନିଜ ମାଲିକାନାରେ ଥିଲା ୧୭୦ ଏକର ଜମି। ଜମିଦାର ଶ୍ରେଣୀର ପରିବାର ଅଭାବ ବୋଲି କିଛି ଜାଣିନଥିଲେ। କିନ୍ତୁ ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ନିର୍ମାଣ ପରେ ଜଳଗର୍ଭରେ ଲୀନ ହୋଇଗଲା ସମସ୍ତ ଜମି। କ୍ଷତିପୂରଣ ବାବଦକୁ ଶାଗମାଛ ଦରରେ ମିଳିଥିବା ସହାୟତା ଶେ‌ଷ ହୋଇଯିବା ପରେ ଅଶୀ ଦଶକର ମହାଜନ ପରିବାର ଏବେ ଦିନ ମଜୁରିଆ ଭାବେ ଦିନ କାଟୁଛନ୍ତି। ଯାହାର ଉଦାହରଣ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ମାଣ୍ଡିଗୁମ୍ମା ଗ୍ରାମର ଜମିଦାର ବ୍ରଜ ସୁନ୍ଦର ବିଷୋୟୀଙ୍କ କ୍ଷେତ୍ରରୁ ସ୍ପଷ୍ଟ ହୋଇଛି। ୧୭୦ ଏକର ଜମି ହରାଇ ବ୍ରଜ ସର୍ବହରା ହୋଇ କୁଲି ମଜୁରି କରି ଜୀବିକା ନିର୍ବାହ କରୁଛନ୍ତି। କେବଳ ବ୍ରଜ ନୁହନ୍ତି ପ୍ରକଳ୍ପ ପାଇଁ ପରଜାକୁମୁଲି ଗାଁର ମଧୁବନ ଗୌଡ଼ ଦୁଇଟି ଆମ୍ବତୋଟା ସହ ୧୪୦ ଏକର ଜମି ହରାଇଛନ୍ତି। ଇତି ମଧ୍ୟରେ ମଧୁବନ ଆରପାରିକୁ ଚାଲିଗଲେଣି। ତାଙ୍କର ଏକ ମାତ୍ର ଝିଅ ନନ୍ଦାହାଣ୍ଡି ବ୍ଲକର ସରୁଗୁଡ଼ା ଗ୍ରାମରେ ରହୁଛନ୍ତି। ପ୍ରକଳ୍ପ ପାଇଁ ପୁରୁଷ ପୁରୁଷର ଭିଟାମାଟି ସହ ଜମିବାଡ଼ି ସବୁ ହରାଇଥିବା ବେଳେ କ୍ଷତିପୂରଣ ବାବଦକୁ ଏହି ପରିବାରକୁ ମିଳିନି ଉଚିତ କ୍ଷତିପୂରଣ। ସେହିପରି ଗୌଡ଼ କୁରୁମୁଲି ଗ୍ରାମର ଡମୁ ଗୌଡ଼ ୭୦ ଏକର ଜମି ହରାଇ କହେଁଇମୁଣ୍ଡା ଗ୍ରାମରେ ରହି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। 

ଲାଭରେ କଳାହାଣ୍ଡି, କ୍ଷତିରେ ନବରଙ୍ଗପୁର
ନ୍ୟାୟ ଅପେକ୍ଷାରେ ହଜାର ହଜାର ବିସ୍ଥାପିତ ପରିବାର

ଏମିତି ଶତାଧିକ ଜମିଦାର ଶ୍ରେଣୀର ପରିବାର ଶହ ଶହ ଏକର ଜମି ହରାଇ ନିଃସ୍ବ ହୋଇ ପଡ଼ିଛନ୍ତି। ଉଚିତ କ୍ଷତିପୂରଣ ପାଇଁ ୩୦ ବର୍ଷ ହେଲା ଆନ୍ଦୋଳନ ଚାଲିଛି। ହେଲେ କେବଳ ପ୍ରତିଶ୍ରୁତି ଛଡ଼ା କୌଣସି ସୁଫଳ ମିଳିପାରିନି। କଳାହାଣ୍ଡି ଜିଲ୍ଲାର ଚାଷଜମିକୁ ଜଳସେଚନ ଏବଂ ବିଦ୍ୟୁତ୍‌ ଉତ୍ପାଦନ ଉଦ୍ଦେଶ୍ୟରେ ୧୯୭୮ ଏପ୍ରିଲ ୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ କଳାହାଣ୍ଡି ଜିଲ୍ଲା ମୁଖୀଗୁଡ଼ା ନିକଟରେ ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।  ଇନ୍ଦ୍ରାବତୀ ନଦୀ ସମେତ ପୋଡ଼ାଗଡ଼, ମୁରାନ ଓ କପୁର ନଦୀରେ ବନ୍ଧ ବାନ୍ଧି ଚାରୋଟି ନଦୀର ପାଣିକୁ ଗଚ୍ଛିତ କରାଗଲା। ଚାରି ଚିରସ୍ରୋତା ନଦୀରେ ବନ୍ଧ ହେବା ଦ୍ୱାରା ୧୧୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ପାଣି ଗଚ୍ଛିତ ରହିଲା। ଫଳରେ ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ୧୦୫ଟି ଗ୍ରାମର ୫୯୮୯ ପରିବାର ବାସଚ୍ୟୁତ ହେଲେ। ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ପରିବାର ଚାଷ ଜମି, ଡଙ୍ଗର, ଆମ୍ବ ବଗିଚା, ଘରବାଡ଼ି ହରାଇ ସର୍ବସ୍ବ ହରାଇ ଦୁର୍ବିସହ ଜୀବନ ଅତିବାହିତ କରୁଛନ୍ତି। ତଥାପି ବିସ୍ଥାପିତ ପରିବାରଙ୍କ ଉନ୍ନତି ସାଧନ ନିମନ୍ତେ ରାଜ୍ୟ ସରକାର କୌଣସି ଦୃଷ୍ଟି ଦେଉନାହାନ୍ତି। 

ପାଣି ଘେରରେ ବୁଡ଼ିଥିବା ଗୌଡ଼ କୁରୁମୁଲି, ପରଜା କୁରୁମୁଲି, ପାତରଦୋରା, ତୁଣ୍ଡିଆପଦର, ଗଣ୍ଡିପଦର, ହରତାଗୁଡା, ତଳଙ୍ଗ, ଝଲାଗୁଡା, ଚନ୍ଦାଉପଦର, ତୁଣ୍ଡାପଦର ଭଳି ଅନେକ ଗ୍ରାମର ବିସ୍ଥାପିତ ପରିବାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି ସମେତ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଅନେକ ଗ୍ରାମ ତଥା ଜଙ୍ଗଲ ଜମିରେ ବସତି ସ୍ଥାପନ କରି କାଳାତିପାତ କରୁଛନ୍ତି। ସମୟ ଚକ୍ରରେ ସବୁ କିଛି ବଦଳି ଯାଇଥିବାରୁ ଏହି ଜମିଦାର ପରିବାର ଦିନମଜୁରିଆ ପାଲଟି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ପ୍ରକଳ୍ପ ଦ୍ୱାରା ଇନ୍ଦ୍ରାବତୀ ନଦୀ ଅସ୍ତିତ୍ୱ ହରାଇଛି। ଉପରମୁଣ୍ଡର ଦେଓପାଲୀରେ ଡ୍ୟାମ୍‌ ନିର୍ମାଣ ପରେ ଦିନେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ମୁହଁରେ ହସ ଫୁଟାଉଥିବା ଇନ୍ଦ୍ରାବତୀ ନଦୀ ଆଜି ରୁଗ୍‌ଣ ପାଲଟିଯାଇଛି। ଶୁଖିଲା ପଡ଼ିଛି ଚିରସ୍ରୋତ ନଦୀ। ପ୍ରକଳ୍ପ ପାଇଁ କୋରାପୁଟ, ନବରଙ୍ଗପୁର ଜିଲ୍ଲାବାସୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲାଭ ପାଉଛି କଳାହାଣ୍ଡି ଜିଲ୍ଲା। ପଡୋଶୀ ଦୁଇ ଜିଲ୍ଲାର ଏକ ଲକ୍ଷ ୨୮ହଜାର ହେକ୍ଟର ଜମିକୁ ପ୍ରକଳ୍ପ ଜଳସେଚନ କରୁଛି। ଅଥଚ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଏକର ଜମିକୁ ପାଣି ମାଡ଼ୁନି। ଉତ୍ପାଦିତ ବିଦ୍ୟୁତ୍‌ର ଗୋଟିଏ ୟୁନିଟ୍ ମଧ୍ୟ ନବରଙ୍ଗପୁର ଜିଲ୍ଲାକୁ ମିଳୁନି। ସବୁ କିଛି ପଡ଼ୋଶୀ ଜିଲ୍ଲା ପାଉଥିବା ବେଳେ ଭିଟାମାଟି, ଜମି ହରାଇ ବିସ୍ଥାପିତ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe