ଫଳନ୍ତି ଧାନରେ ମାଡ଼ିଗଲେଣି ଚକଡ଼ା

Advertisment

ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କୁ ଚକଡ଼ା ଚିନ୍ତା ଘାରିଛି। ଧାନ ଅମଳ ପାଇଁ ଅଳ୍ପ ଦିନ ବାକି ରହିଥିବା ବେଳେ କୋହଲା ପାଣିପାଗ ଯୋଗୁଁ ବିଲରେ ଚକଡ଼ା ପୋକ କାୟା ବିସ୍ତାର କରୁଛି। ଅନ୍ୟପକ୍ଷରେ ବର୍ଷାଭାବ କାରଣରୁ ଉଚ୍ଚ ଜମିରେ ଫସଲ ମରିବାକୁ ବସିଛି।

ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କୁ ଚକଡ଼ା ଚିନ୍ତା ଘାରିଛି। ଧାନ ଅମଳ ପାଇଁ ଅଳ୍ପ ଦିନ ବାକି ରହିଥିବା ବେଳେ କୋହଲା ପାଣିପାଗ ଯୋଗୁଁ ବିଲରେ ଚକଡ଼ା ପୋକ କାୟା ବିସ୍ତାର କରୁଛି। ଅନ୍ୟପକ୍ଷରେ ବର୍ଷାଭାବ କାରଣରୁ ଉଚ୍ଚ ଜମିରେ ଫସଲ ମରିବାକୁ ବସିଛି।

ffhsfhfsfhhf

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କୁ ଚକଡ଼ା ଚିନ୍ତା ଘାରିଛି। ଧାନ ଅମଳ ପାଇଁ ଅଳ୍ପ ଦିନ ବାକି ରହିଥିବା ବେଳେ କୋହଲା ପାଣିପାଗ ଯୋଗୁଁ ବିଲରେ ଚକଡ଼ା ପୋକ କାୟା ବିସ୍ତାର କରୁଛି। ଅନ୍ୟପକ୍ଷରେ ବର୍ଷାଭାବ କାରଣରୁ ଉଚ୍ଚ ଜମିରେ ଫସଲ ମରିବାକୁ ବସିଛି। ସୂଚନା ଅନୁସାରେ, ଏଥର ଜିଲ୍ଲାରେ ୩.୪୬ ଲକ୍ଷ ହେକ୍ଟର ଜମିରେ ଖରିଫ୍‌ ଧାନଚାଷ ହୋଇଛି। ସେଥିମଧ୍ୟରୁ ୧.୮୧ଲକ୍ଷ ହେକ୍ଟର ଜମି ଉଚ୍ଚ, ୭୦ ହଜାର ହେକ୍ଟର ଜମି ମଧ୍ୟମ ଏବଂ ୮୫ ହଜାର ହେକ୍ଟର ଜମି ଖାଲୁଆ ବି ଢିପ। ଅଗଷ୍ଟ ମାସ ଶେଷ ଭାଗରେ ଭଲ ବର୍ଷା ହୋଇଥିବାରୁ ଢିପ ଜମିଗୁଡ଼ିକରେ ମାଟି ଓଦା ରହିଛି। ତେଣୁ ସେଠାରେ ଆଗାମୀ ଦିନରେ ବର୍ଷା ନ ହେଲେ ବି ଧାନ କୌଣସି ହିସାବରେ ବଞ୍ଚିଯିବ। କିନ୍ତୁ ଉଚ୍ଚ ସ୍ତରରେ ଥିବା ଜମିଗୁଡ଼ିକରେ ସ୍ଥିତି ସଂଗିନ। 

ଚଳିତ ଅକ୍ଟୋବର ମାସରେ ଜିଲ୍ଲାରେ ସ୍ବାଭାବିକ ବୃଷ୍ଟିପାତ ୫୦.୫ ମିମି ହେବା କଥା। ଯାହା ଶେଷ ପର୍ଯ୍ୟାୟରେ ଧାନକୁ ବଞ୍ଚାଇ ରଖିବାକୁ ସହାୟକ ହୋଇଥାଏ। କିନ୍ତୁ ଚଳିତ ମାସରେ ଜିଲ୍ଲାରେ ମାତ୍ର ୨.୯୪ ମିମି ବର୍ଷା ହୋଇଛି। ଏଥିରୁ ପୁଣି ୧୧ଟି ବ୍ଲକ୍‌ରେ ବର୍ଷା ପରିମାଣ ଅତ୍ୟନ୍ତ ନିରାଶାଜନକ। ବାତ୍ୟା ‘ଦାନା’ ପ୍ରଭାବରେ ବର୍ଷା ହେବ ବୋଲି ପାଣିପାଗ ପୂର୍ବାନୁମାନ ଥିଲା। କିନ୍ତୁ ବର୍ଷା ହେଲାନି। ଫଳରେ ଉଚ୍ଚ ଜମି ଫାଟି ଆଁ କରିଛି। ଜଳସେଚନ ସୁବିଧା ନଥିବା ଅଞ୍ଚଳରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଚାଷୀ ଆକଳନ କରୁଛନ୍ତି। ନଭେମ୍ବର ପ୍ରଥମ ସପ୍ତାହରେ ୧୫ରୁ ୨୦ ମିମି ବର୍ଷା ନହେଲେ ଧାନ ବଞ୍ଚାଇବା କାଠିକର ହେବ ବୋଲି ବ୍ଲକ୍‌ କୃଷି ଅଧିକାରୀ ସୁଧାକର ନନ୍ଦ କହିଛନ୍ତି। ସ୍ବାଭାବିକ ଭାବେ ଅକ୍ଟୋବର ମାସ ମଧ୍ୟ ଭାଗରୁ ଶୀତ ଅନୁଭୂତ ହେବା କଥା। କିନ୍ତୁ ଏବେ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ରହିଛି। ଏଣେ କୋହଲା ପାଗ ଯୋଗୁଁ ଚକଡ଼ା ପୋକ ଦ୍ରୁତବେଗରେ ଫସଲରେ ମାଡ଼ିଯାଉଛନ୍ତି। ଟାଣ ଖରା ନଚେତ ଶୀତ ହେଲେ ଚକଡ଼ା ଆପଣାଛାଏଁ ମରିଥାଏ। କିନ୍ତୁ ସମ୍ପ୍ରତି ପାଣିପାଗ ଚକଡ଼ା ବଂଶବିସ୍ତାର କରିବାକୁ ସୁହାଉଛି। ପାଗ ପରିବର୍ତ୍ତନ ନ ହେଲେ ଚାଷୀ ବହୁ କ୍ଷତିର ସମ୍ମୁଖୀନ ହେବେ ବୋଲି ଚାଷୀନେତା ଯତି ପ୍ରଧାନ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe