ସତ୍ୟଙ୍କ ଚକ୍‌ଖଡ଼ିରେ ୫୧ ଐତିହ୍ୟସ୍ଥଳୀ, ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ସକୁ ମନୋନୀତ 

Advertisment
ସତ୍ୟଙ୍କ ଚକ୍‌ଖଡ଼ିରେ ୫୧ ଐତିହ୍ୟସ୍ଥଳୀ, ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ସକୁ ମନୋନୀତ 
ବ୍ରହ୍ମପୁର: ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣାଙ୍କ ଆଉ ଏକ କୃତିତ୍ବ କୀର୍ତ୍ତିମାନ ଲାଭ କରିବାକୁ ଯାଉଛି। ସେ ଚକ୍‌ଖଡ଼ିରେ ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ୫୧ଟି ଐତିହ୍ୟସ୍ଥଳୀର କ୍ଷୁଦ୍ର ପ୍ରତିକୃତି ଗଢ଼ିଥିଲେ। କୋଣାର୍କ, ଲାଲ୍‌କିଲା, ତାଜମହଲ, ଇଣ୍ଡିଆ ଗେଟ୍, ଧଉଳି, ଗେଟ୍‌ୱେ ଅଫ ଇଣ୍ଡିଆ, ଖଣ୍ଡଗିରି, ରତ୍ନଗିରି ଇତ୍ୟାଦି ଏଥିରେ ସ୍ଥାନ ପାଇଛି। ଏହି ସୂକ୍ଷ୍ମ ପ୍ରତିକୃତି ଗୁଡ଼ିକର ଉଚ୍ଚତା ୦.୫ମିମିରୁ ୧ମିମି ମଧ୍ୟରେ ରହିଛି। ଏ ସବୁ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ତିନି ଦିନ ସମୟ ଲାଗିଥିଲା। ଏହାକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ସ୍‌ରେ ସ୍ଥାନିତ କରିବା ପାଇଁ ସେ ଆବେଦନ କରିଥିଲେ। ଉକ୍ତ ସଂସ୍ଥା ପକ୍ଷରୁ ବିଶେଷଜ୍ଞଙ୍କ ଦ୍ବାରା ଆବଶ୍ୟକ ଯାଂଚ ପରେ ଏହାକୁ ରେକର୍ଡ଼ ବୁକ୍‌ର ୨୦୨୩ ମସିହା ସଂସ୍କରଣରେ ସ୍ଥାନିତ କରିବା ପାଇଁ ମନୋନୀତ କରା ଯାଇଥିବା ସୂଚନା ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe