ସିପାହି, କନେଷ୍ଟବଳ ନିଯୁକ୍ତି କ୍ଷେତ୍ରରେ ସର୍ବାଧିକ ବୟସ ସୀମା ସର୍ତ୍ତକୁ ଚ୍ୟାଲେଞ୍ଜ

Advertisment

ପାହି/କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସର୍ବାଧିକ ବୟସ ସୀମା ସଂକ୍ରାନ୍ତରେ ରହିଥିବା ସର୍ତ୍ତକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି।

ପାହି/କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସର୍ବାଧିକ ବୟସ ସୀମା ସଂକ୍ରାନ୍ତରେ ରହିଥିବା ସର୍ତ୍ତକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି।

fdfhfhth

କଟକ: ସିପାହି/କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସର୍ବାଧିକ ବୟସ ସୀମା ସଂକ୍ରାନ୍ତରେ ରହିଥିବା ସର୍ତ୍ତକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି, ଆଇଜି, ଷ୍ଟେଟ୍‌ ସିଲେକ୍ସନ୍‌ ବୋର୍ଡକୁ  ହାଇକୋର୍ଟ ନୋଟିସ୍ ଜାରି କରି ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏହି ପଦବି ପାଇଁ ଆବେଦନକାରୀଙ୍କ ଦରଖାସ୍ତକୁ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍‌ଲାଇନ/ ଅଫ୍‌ଲାଇନ ବ୍ୟବସ୍ଥାରେ ଆବେଦନକାରୀ ଦରଖାସ୍ତ ଦାଖଲ କରିବେ। ଆବେଦନକାରୀଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯିବ। କିନ୍ତୁ କୋର୍ଟଙ୍କ ବିନା ଅନୁମତିରେ ଆବେଦନକାରୀଙ୍କ ଫଳ ପ୍ରକାଶ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜ‌ଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଚିତ୍ତରଂଜନ ଦାସ ଓ ଅନ୍ୟ ୪୮ଜଣଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୨କୁ  ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। 

ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ପୁଲିସର ଓଏସ୍‌ଏପି, ଆଇଆର୍‌, ଏସ୍‌ଆଇଆର୍‌, ସ୍ପେସାଲ୍‌ ସିକ୍ୟୁରିଟି ବାଟାଲିଅନ୍‌ରେ ୧୩୬୦ଟି ସିପାହି/କନେଷ୍ଟବଳ ପଦ ପୂରଣ ପାଇଁ ‌ଷ୍ଟେଟ୍‌ ସିଲେକ୍ସନ୍‌ ବୋର୍ଡ ପକ୍ଷରୁ ୨୦୨୪, ସେପ୍ଟେମ୍ବର୍‌ ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪, ଜାନୁଆରି ୧ରେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ୨୩ ବର୍ଷ ହୋଇଥିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଅନ୍ୟପକ୍ଷରେ ଶେଷ ଥର ୨୦୧୮ରେ ଓଡ଼ିଶା ପୁଲିସରେ ସିପାହି/କନେଷ୍ଟବଳ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ୬ ବର୍ଷର ବ୍ୟବଧାନ ପରେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେଉଥିବାରୁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା କୋହଳ କରାଯିବାର ଆବଶ୍ୟକତା ରହିଛି ଦର୍ଶାଇ ହାଇକୋର୍ଟରେ ଆଶାୟୀ ପ୍ରାର୍ଥୀଙ୍କ ତରଫରୁ ଏହି ଆବେଦନ ଦାୟର ହୋଇଛି। କରୋନା ମହାମାରୀ ପରେ ସରକାରୀ ଚାକିରିରେ ସର୍ବାଧିକ ବୟସ ସୀମା ସଂପର୍କିତ ୧୯୮୯ର ନିୟମରେ ସରକାର ସଂଶୋଧନ କରିଥିଲେ।

ମହାମାରୀ ସଂକ୍ରମଣ ବେଳେ ପ୍ରାୟ ତିନି ବର୍ଷ ଧରି କୌଣସି ନିୟମିତ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇ ନଥିଲା। ଏହାପରେ ସର୍ବାଧିକ ବୟସସୀମା କୋହଳ ପାଇଁ ନୂଆ ନିୟମ କରାଯାଇଥିଲା। କିନ୍ତୁ ସିପାହି/କନଷ୍ଟେବଳ ପଦ ପାଇଁ ସରକାର ବୟସ ସୀମା କୋହଳ ନ କରିବା ଦ୍ବାରା ବହୁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବଞ୍ଚିତ ହେବେ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି। ନିଯୁକ୍ତି ବିଜ୍ଞପ୍ତିରେ ସଂଶୋଧନ କରି ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରାଜୀବ ରଥ ମାମଲା ପରିଚାଳନା କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe