ମହିଳା କମିସନ ସଦସ୍ୟଙ୍କୁ ବରଖାସ୍ତ ସଂପର୍କିତ ବିଜ୍ଞପ୍ତିକୁ ଚାଲେଞ୍ଜ

Advertisment

ଓଡ଼ିଶା ରାଜ୍ୟ ମହିଳା କମିସନ ସଦସ୍ୟଙ୍କୁ ବରଖାସ୍ତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ୨୦୨୪, ନଭେମ୍ବର ୯ର ବିଜ୍ଞପ୍ତିକୁ ବିରୋଧ କରି ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ଜବାବ ତଲବ କରିଛନ୍ତି।

ଓଡ଼ିଶା ରାଜ୍ୟ ମହିଳା କମିସନ ସଦସ୍ୟଙ୍କୁ ବରଖାସ୍ତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ୨୦୨୪, ନଭେମ୍ବର ୯ର ବିଜ୍ଞପ୍ତିକୁ ବିରୋଧ କରି ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ଜବାବ ତଲବ କରିଛନ୍ତି।

Orissa HC

୧୦ ଦିନ ଭିତରେ ଜବାବ ଦାଖଲ ପାଇଁ ସରକାରଙ୍କୁ୍ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶା ରାଜ୍ୟ ମହିଳା କମିସନ ସଦସ୍ୟଙ୍କୁ ବରଖାସ୍ତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ୨୦୨୪, ନଭେମ୍ବର ୯ର ବିଜ୍ଞପ୍ତିକୁ ବିରୋଧ କରି ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ଜବାବ ତଲବ କରିଛନ୍ତି। ମହିଳା ଓ ଶିଶୁ ବକାଶ ବଭାଗ ପ୍ରମୁଖ ସଚିବ, ସ୍ବତନ୍ତ୍ର ସଚିବ, ମହିଳା କମିସନ ଆବାହକ-ସଚିବଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ୧୦ ଦିନ ଭିତରେ ରାଜ୍ୟ ସରକାର ଏହି ମାମଲାରେ ଜବାବ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ ଆବେଦନକାରୀ ଚାହିଁଲେ ଏକ ସପ୍ତାହ ଭିତରେ ପ୍ରତିଜବାବ ଦାଖଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ନଭେମ୍ବର ୯ର ବିଜ୍ଞପ୍ତି ଉପରେ ରହିତାଦେଶ ଜାରି ପାଇଁ ଆବେଦନକାରୀଙ୍କ ତରଫରୁ ଦାୟର ଅନ୍ତରୀଣ ଆବେଦନ ଉପରେ ମଧ୍ୟ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଡିସେମ୍ବର ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜୟ ବରୱା, ସ୍ବର୍ଣ୍ଣଲତା ସାମଲ ଓ ବବିତା ସ୍ବାଇଁଙ୍କ ତରଫରୁ ଦାୟର ପୃଥକ ଆବେଦନ ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ  ମହିଳା ଓ ଶିଶୁ ବିକାଶ ବିଭାଗ ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ୨୦୨୪, ନଭେମ୍ବର ୯ରେ ମହିଳା କମିସନ ସଦସ୍ୟଙ୍କୁ ବରଖାସ୍ତ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏ ନେଇ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ତିନୋଟି ପୃଥକ ମାମଲା ଦାୟର ହୋଇଛି। ସମସ୍ତ ମାମଲାରେ ନଭେମ୍ବର ୯ର ବିଜ୍ଞପ୍ତି ବେଆଇନ ବୋଲି ଦର୍ଶାଯିବା ସହିତ ଏହାକୁ ରଦ୍ଦ କରିବାକୁ ନିବେଦନ କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ ଆବେଦନକାରୀମ‌ାନଙ୍କୁ ମହିଳା କମିସନ ସଦସ୍ୟ ଭାବେ ୨୦୨୩, ଏପ୍ରିଲ ୨୮ରେ ନିଯୁକ୍ତି ଦିଆଯାଇଥିଲା। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ସଦସ୍ୟଙ୍କ କାର୍ଯ୍ୟକାଳ ୩ ବର୍ଷ ବୋଲି ସ୍ପଷ୍ଟ କରାଯାଇଥିଲା। ୨୦୨୨, ମାର୍ଚ୍ଚ ୩୧ରେ ମହିଳା କମିସନଙ୍କ ନିକଟରେ ୫୦୧୭ ବିଚାରାଧୀନ ମାମଲା ରହିଥିଲା। ଦୁଇ ବର୍ଷ ଭିତରେ ୪୧୯୭ ନୂଆ ମାମଲା ରୁଜୁ ହୋଇଥିବା ବେଳେ କମିସନ ୬୪୦୫ଟି ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ୨୭୫୯ଟି ବିଚାରାଧୀନ ମାମଲା ରହିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe