ସ୍କୁଲ୍‌ ପରିସରରେ ନିମ୍ବ ରୋପଣ ପାଇଁ ‘ପ୍ରେରଣା’ର ଆହ୍ବାନ

ସ୍କୁଲ୍‌ ପରିସରରେ ନିମ୍ବ ରୋପଣ ପାଇଁ ‘ପ୍ରେରଣା’ର ଆହ୍ବାନ

gardeningknowhow.com

ଭୁବନେଶ୍ୱର : ଅଧ୍ୟୟନରତ ଛାତ୍ରଛାତ୍ରୀ ତଥା ସମାଜର ଆଗାମୀ ପିଢ଼ିଙ୍କ ସୁସ୍ଥ ଓ ନିରାପଦ ଜୀବନ ନିମନ୍ତେ ଶିକ୍ଷାନୁଷ୍ଠାନ ପରିସରରେ ନିମ୍ବ ଗଛ ଲଗାଇବାକୁ ‘ପ୍ରେରଣା’ର ସଭାପତି ଡ. ଦିଲୀପ ଶ୍ରୀଚନ୍ଦନ ଆହ୍ୱାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଡ. ଶ୍ରୀଚନ୍ଦନ କହିଛନ୍ତି, ନିମ୍ବଗଛ ଦୈନିକ ୧୮ ଘଣ୍ଟା ଅମ୍ଳଜାନ ଦେଇଥାଏ ଓ ଏହାର ୨୦ ମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ କୀଟ ନାଶ କରିବା ସହ ପରିବେଶକୁ ପ୍ରଦୂଷଣମୁକ୍ତ ରଖିଥାଏ।

କେବଳ ସେତିକି ନୁହେଁ, ଏହାର ବିଶେଷ ଗୁଣ ଯୋଗୁ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ପ୍ରତ୍ୟେକ ସ୍କୁଲ ଓ କଲେଜ ପରିସରରେ ନିମ୍ବଗଛ ରୋପଣକୁ ଏକ ଅଭିଯାନରେ ପରିଣତ କରିବା ଲାଗି ଛାତ୍ରଛାତ୍ରୀ, ପୁରାତନ ବିଦ୍ୟାର୍ଥୀ, ଶିକ୍ଷକ, ଅଧ୍ୟାପକ ଓ ବିଶେଷ କରି ଏନ୍‌ଏସ୍‌ଏସ୍‌, ରେଡକ୍ରସ୍‌, ଏନ୍‌ସିସି, ସ୍କାଉଟ୍ସ ଆଣ୍ଡ୍ ଗାଇଡ୍ସ କର୍ମୀମାନେ ପୂର୍ଣ୍ଣ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଶିକ୍ଷାନୁଷ୍ଠାନ ପରିସରରେ ଲଗାଯାଉଥିବା ନିମ୍ବ ଗଛକୁ ଜଣେ ଜଣେ ମହାପୁରୁଷଙ୍କ ନାମରେ ନାମିତ କରି ସେ ସବୁକୁ ବଞ୍ଚାଇ ରଖିବା ଲାଗି ଡ. ଶ୍ରୀଚନ୍ଦନ ପ୍ରସ୍ତାବ ଦେଉଛନ୍ତି। ଏହି ଅଭିଯାନରେ ସାମିଲ ବୃକ୍ଷପ୍ରେମୀମାନଙ୍କ ଉଦ୍ୟମକୁ ଏକ ସ୍ୱତନ୍ତ୍ର ପୁସ୍ତକରେ ଛପାଯିବ ଓ କରୋନା ପ୍ରକୋପ ପରେ ସ୍ୱତନ୍ତ୍ର ଉତ୍ସବରେ ସେମାନଙ୍କୁ ସମ୍ମାନିତ କରାଯିବ ବୋଲି ସେ କହିଛନ୍ତି। ଏହି ଅଭିଯାନ ସଂକ୍ରାନ୍ତରେ ଅଧିକ ସୂଚନା ପାଇଁ ଡ. ଶ୍ରୀଚନ୍ଦନଙ୍କୁ ମୋବାଇଲ୍‌ ଫୋନ୍‌ (୯୦୯୦୬୫୦୬୭୭/୯୪୩୭୨୭୬୫୫୬/୮୦୯୩୧୦୯୦୯୩)ରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe