ପିଇଟି ସଂପର୍କିତ ଶିକ୍ଷାଗତ ଯୋଗ୍ୟତାକୁ ଚାଲେଞ୍ଜ: ପରୀକ୍ଷା ପାଇଁ ୨୨ ଆବେଦନକାରୀଙ୍କୁ ଅନ୍ତରୀଣ ଅନୁମତି, ହାଇକୋର୍ଟଙ୍କ ଜବାବ ତଲବ

Advertisment
ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

କଟକ : ଓଏସ୍‌ଏସ୍‌ଟିଇଟି (ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା) ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଶାରୀରିକ ଶିକ୍ଷା ଶିକ୍ଷକ(ପିଇଟି) ବର୍ଗରେ ପ୍ରାର୍ଥୀଙ୍କ ଲାଗି ଧାର୍ଯ୍ୟ କରାଯାଇଥିବା ଶିକ୍ଷାଗତ ଯୋଗ୍ୟତାକୁ ବିରୋଧ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମାଧ୍ୟମିକ ଶିକ୍ଷା ନି‌ର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦକୁ ହାଇକୋର୍ଟ ନୋଟିସ୍ ଜାରି କରି ୬ ସପ୍ତାହ ଭିତରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆବେଦନକାରୀଙ୍କୁ ଓଏସ୍‌ଏସ୍‌ଟିଇଟି ପରୀକ୍ଷା ପାଇଁ ଅନୁମତି ଦିଆଯିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ତିନି ଦିନ ଭିତରେ ଆବେଦନକାରୀ ପରୀକ୍ଷା ସଂପର୍କତ ଦରଖାସ୍ତ ଦାଖଲ କରିବେ ଓ ଏହାପରେ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ। ଆବେଦନକାରୀଙ୍କ ପରୀକ୍ଷା ଫଳ ମୁଦା ଲଫାପାରେ ରଖାଯିବ। ଆବେଦନକାରୀଙ୍କ ପ୍ରସଂଗ ହାଇକୋର୍ଟରେ ବିଚାରାଧୀନ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ। ଜଷ୍ଟିସ୍ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧୁସୂଦନ ଦାସ ଓ ଅନ୍ୟ ୨୧ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ ଓଏସଏସଟିଇଟି ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜୁଲାଇ ୧ରେ ପ୍ରକାଶିତ ବିଜ୍ଞପ୍ତିରେ ପିଇଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ଯୋଗ୍ୟତାକୁ ନେଇ ବିବାଦ ଦେଖା ଦେଇଛି। ପ୍ରାର୍ଥୀଙ୍କ ଯୁକ୍ତଦୁଇ ପରୀକ୍ଷାରେ ୫୦ ପ୍ରତିଶତ ମାର୍କ ସହିତ ସିପିଏଡ୍/ବିପିଏଡ୍/ଏମପିଏଡ୍ ଡିଗ୍ରି ରହିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଅନ୍ୟ ବର୍ଗର ଶିକ୍ଷକଙ୍କ ପାଇଁ ସ୍ନାତକରେ ୫୦ ପ୍ରତିଶତ ମାର୍କ ଯୋଗ୍ୟତା ମାନଦଣ୍ଡ ଧାର୍ଯ୍ୟ କରାଯାଇଥିବା ବେ‌ଳେ ପିଇଟି ବର୍ଗ ପାଇଁ ଯୁକ୍ତଦୁଇରେ ୫୦ ପ୍ରତିଶତ ମାର୍କ ସର୍ତ୍ତ ରଖାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀ ସ୍ନାତକ ପରେ ଭୁବନେଶ୍ବରସ୍ଥିତ ଗଭର୍ଣ୍ଣମେଣ୍ଟ କଲେଜ ଅଫ୍ ଫିଜିକାଲ ଏଜୁକେସନରେ ନାଁ ଲେଖାଇ ଶରୀରିକ ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ଡିଗ୍ରି ହାସଲ କରିଥିଲେ। ସେତେବେଳେ ନାଁ ଲେଖାଇବା ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ‌ଯୋଗ୍ୟତା ସ୍ନାତକରେ ୫୦ ପ୍ରତିଶିତ ମାର୍କ ଧାର୍ଯ୍ୟ କରାଯାଇଥିଲା। ଏବେ କିନ୍ତୁ ଓଏସ୍‌ଏସ୍‌ଟିଇଟି ପାଇଁ ଯୁକ୍ତଦୁଇରେ ୫୦ ପ୍ରତିଶତ ମାର୍କ ଯୋଗ୍ୟତା ପ୍ରାର୍ଥୀଙ୍କ ପାଇଁ ଧାର୍ଯ୍ୟ କରାଯାଇଛି। କେଉଁ ପରିସ୍ଥିତିରେ ଉଚ୍ଚତର ଶିକ୍ଷାଗତ ଯୋଗ୍ୟତାକୁ ଅଣଦେଖା କରି ଯୁକ୍ତଦୁଇ ମାର୍କକୁ ଅଗ୍ରାଧିକାର ଦିଆଯାଇଛି ତାକୁ ନେଇ ଆବେଦନକରୀ ପ୍ରଶ୍ନ ଉଠାଇଛନ୍ତି। ଓଏସ୍‌ଏସ୍‌ଟିଇଟି ବିଜ୍ଞପ୍ତି ମଧ୍ୟ ଏନ୍‌ସିଟିଇ ନିୟମାବଳୀ ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ଦର୍ଶାଇ ଏପରି ବିଜ୍ଞପ୍ତିକୁ ରଦ୍ଦ କରିବାକୁ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe