ଚମ୍ପୁଆ ବିଧାୟକଙ୍କ ଏତଲା ରଦ୍ଦ ମାମଲା, ଏତଲାକାରୀଙ୍କୁ ନୋଟିସ୍

Advertisment
ଚମ୍ପୁଆ ବିଧାୟକଙ୍କ ଏତଲା ରଦ୍ଦ ମାମଲା, ଏତଲାକାରୀଙ୍କୁ ନୋଟିସ୍

Odisha News Insight

କଟକ: ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ପକ୍ଷରୁ ଏତଲା ରଦ୍ଦ କରିବା ନେଇ ଦାୟର ମାମଲାରେ ଏତଲାକାରୀଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୪ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଶତ୍ରୁଘ୍ନ ପୂଜହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ହୋଇଥିଲା। ସରକାରଙ୍କ ପକ୍ଷରୁ ଏଜିଏ ଦିଲ୍ଲୀପ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ବି‌ରୋଧରେ କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନାରେ ଅଭିଯୋଗ ହୋଇଥିଲା। ବଳଭଦ୍ର ପାତ୍ରଙ୍କ ଏତଲାକ୍ରମେ ପୁଲିସ ଗତ ବର୍ଷ ଏହି ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe