ଆଗୁଆ ଜାମିନ ପାଇଁ ପୁଣି ହାଇକୋର୍ଟ ଗଲେ କୁଳପତି

Advertisment
ସୂଚନା ଅଧିକାର ଆଇନ: ଅନ୍‌ଲାଇନ ଦରଖାସ୍ତର ହାର୍ଡ କପି ଦାଖଲ ଅନାବଶ୍ୟକ

New Indian Express

ସମ୍ବଲପୁର : ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତ ଆଗୁଆ ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ଦୁର୍ବ୍ୟବହାର ଓ ନିର୍ଯାତନା ଆଦି କାରଣରୁ ଗତ ୨୦ ଏପ୍ରିଲରେ ଦୀନବନ୍ଧୁ ମିଶ୍ର ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ସଂଜୀବ ମିତ୍ତଲଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମଦାହ କରିଥିଲେ। ୨୧ ଏପ୍ରିଲରେ ଦୀନବନ୍ଧୁ ମିଶ୍ରଙ୍କ ପୁଅ ବୁର୍ଲା ଥାନାରେ କୁଳପତି ଓ ଅନ୍ୟ ଦୁଇ ଅଭିଯୁକ୍ତ ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଓ ପିଇଓ ଅଭିଷେକ କରଙ୍କ ବିରୋଧରେ ଏତଲା ଦେଇଥିଲେ। ବୁର୍ଲା ଥାନା ପୁଲିସ ଉପରୋକ୍ତ ୩ ଜଣଙ୍କ ବିରୋଧରେ ଆଇପିସି ଧାରା ୩୦୬, ୩୪ରେ ଏକ ମାମଲା ରୁଜୁ କରିଛନ୍ତି। ଗିରଫ ହେବାରୁ ଏଡ଼େଇବା ପାଇଁ ଅଭିଯୁକ୍ତମାନେ ମାନ୍ୟବର ଓଡ଼ିଶା ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଅବକାଶକାଳୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୩ ସପ୍ତାହ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ ସହିତ ସମ୍ବଲପୁର ଦୌରା ଅଦାଲତ ଜାମିନ ଆବଦେନ କରିବାକୁ ଆଦେଶ ଦେଇଥିଲେ।

ମାନ୍ୟବର ଭାରପ୍ରାପ୍ତ ଦୌରା ଜଜ୍ ବି.କେ.ପାତ୍ର ୨୪ ମେ’ରେ ଆଗୁଆ ଜାମିନ ଆବେଦନ ମାମଲାର ଶୁଣାଣି କରି ଏହାକୁ ଖାରଜ ଦେଇଥିଲେ। ଦୌରା ଜଜଙ୍କ କୋର୍ଟରେ ଖାରଜ ହେବା ପରେ ୩ ଅଭିଯୁକ୍ତ ପୁଣି ଥରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅପପରକ୍ଷରେ ବିଶ୍ବବିଦ୍ୟାଳୟର ପୂର୍ବତନ ସିଣ୍ଡିକେଟ୍ ସଦସ୍ୟ ଦୁର୍ଗା ପାଢ଼ୀ, ପୂର୍ବତନ ସିନେଟ୍ ସଭ୍ୟ ସୁମନ୍ତ ସ୍ବାଇଁ, ଅରୁଣ କୁମାର ପ୍ରମୁଖ ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

ହାଇକୋର୍ଟ ଦେଇଥିବା ସୁରକ୍ଷା ଅବଧି ଇତିମଧ୍ୟରେ ସମାପ୍ତ ହୋଇଯାଇଛି। ଏପଟେ ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ଚିଠି ଏବଂ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଦେଇଥିବା ଜମାନବନ୍ଦୀ ଭଳି ବଳିଷ୍ଠ ପ୍ରମାଣ ବି କୁଳପତିଙ୍କ ବିରୋଧରେ ରହିଛି। ଏହା ସତ୍ତ୍ବେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରିବା ନିନ୍ଦନୀୟ ବୋଲି ସେମାନେ ଏଥିରେ ଦର୍ଶାଇଛନ୍ତି। ବିଶ୍ବବିଦ୍ୟାଳୟ କମର୍ଚାରୀ ସଂଘର ସଭାପତି ତଥା ପୂର୍ବତନ ବିଧାୟକ ଡାକ୍ତର ରାସେଶ୍ବର ପାଣିଗ୍ରାହୀ ମଧ୍ୟ ସମ୍ବଲପୁର ପୁଲିସ ସ୍ବାଭାବିକ ଭାବେ କାମ କରୁନାହିଁ କହିଥିବା ଅଭିଯୁକ୍ତ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe