ଦେବଗଡ଼ରେ ଚାଞ୍ଚଲ୍ୟକର ହତ୍ୟା: ବଳି ଦେଇଛି କହି ଆତ୍ମସମର୍ପଣ

Advertisment

ଦେବଗଡ଼ ଥାନା କଲଣ୍ଡା ପଞ୍ଚାୟତ ନୂଆଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ସେହି ଗାଁର ଆଉ ଜଣଙ୍କୁ ନିଜ ଘରଭିତରେ ହତ୍ୟା କରିବା ପରେ ଶବକୁ ତାଲା ପକାଇ ଥାନାରେ ଆତ୍ମସମର୍ପଣ କରିଛି।

ଦେବଗଡ଼ ଥାନା କଲଣ୍ଡା ପଞ୍ଚାୟତ ନୂଆଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ସେହି ଗାଁର ଆଉ ଜଣଙ୍କୁ ନିଜ ଘରଭିତରେ ହତ୍ୟା କରିବା ପରେ ଶବକୁ ତାଲା ପକାଇ ଥାନାରେ ଆତ୍ମସମର୍ପଣ କରିଛି।

wt (15)

ଦେବଗଡ଼: ଦେବଗଡ଼ ଥାନା କଲଣ୍ଡା ପଞ୍ଚାୟତ ନୂଆଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ସେହି ଗାଁର ଆଉ ଜଣଙ୍କୁ ନିଜ ଘରଭିତରେ ହତ୍ୟା କରିବା ପରେ ଶବକୁ ତାଲା ପକାଇ ଥାନାରେ ଆତ୍ମସମର୍ପଣ କରିଛି। ଅଭିଯୁକ୍ତ ପ୍ରଥମେ ଥାନାକୁ ଯାଇ ବଳି ଦେଇଥିବା କଥା କହିଥିବାବେଳେ ପରେ ପୂର୍ବଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି। ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତର ଘର ଭଙ୍ଗାରୁଜା କରିଛନ୍ତି। ମୃତକ ନୂଆଗାଁର ରତନ ପ୍ରଧାନ (୫୦) ଓ ଅଭିଯୁକ୍ତ ସେହି ଗାଁର ପଞ୍ଚାନନ ସୁହୁଳା (୫୦) ବୋଲି ଜଣାପଡ଼ିଛି।

ଗାଁରେ ଉତ୍ତେଜନା, ଅଭିଯୁକ୍ତର ଘର ଭଙ୍ଗାରୁଜା

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ନୂଆଗାଁର ରତନ ପ୍ରଧାନ (୫୦) ନିଜ ଗାଁର ସ୍ବପ୍ନେଶ୍ବର ଦେହୁରୀ ଏବଂ ସୁନୀଲ ଭଞ୍ଜଙ୍କ ସହ ଅଭିଯୁକ୍ତ ପଞ୍ଚାନନର ଘର ନିକଟକୁ ଯାଇଥିଲେ। ଅଭିଯୁକ୍ତ ପଞ୍ଚାନନ ନିଜ ଘର ଭିତରକୁ ରତନଙ୍କୁ ଡାକି ନେଇ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ରତନଙ୍କ ମୃତ୍ୟୁ ହୋଇଥିଲା। ଘର ଭିତରେ ରତନଙ୍କ ଶବ ପଡ଼ିଥିବାବେଳେ ଅଭିଯୁକ୍ତ ପଞ୍ଚାନନ ବାହାରୁ ତାଲା ପକାଇ ସେହି ରାତାରାତି ଦେବଗଡ଼ ଆସି ଥାନାରେ ଆତ୍ମସମର୍ପଣ କରିଥିଲା। ନିଜ ପ୍ରଥମ ବୟାନରେ ସେ ପଞ୍ଚାନନଙ୍କୁ ବଳି ଦେଇ ନିଜ ଦେବତାଙ୍କ ପାଖରେ ଅର୍ପଣ କରିଥିବା ପୁଲିସ ନିକଟରେ କହିଥିଲା। 

ତେଣୁ ଏହା ଏକ ବଳି ବୋଲି ସଂଦେହ ସୃଷ୍ଟି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ପୂର୍ବରୁ ମଧ୍ୟ ରତନ ଓ ପଞ୍ଚାନନଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଏପରିକି ରତନଙ୍କ ସାଂଗରେ ଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ପଞ୍ଚାନନ ସହ ସେମାନଙ୍କର ବିବାଦ ଥିଲା ଓ ଗତ ରାତିରେ ସେମାନେ ତାଙ୍କୁ ଆକ୍ରମଣ କରିବାକୁ ଯାଇଥିଲେ। ରତନ ମଧ୍ୟ ପଞ୍ଚାନନକୁ ଆକ୍ରମଣ କରିବାକୁ ତା’ ଘରକୁ ପଶିଥିଲେ। ତେବେ ଏହି ହତ୍ୟାକାଣ୍ଡ ପରେ ଶନିବାର ସକାଳେ ଗାଁରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଶବ ପଡ଼ିଥିବା ଅଭିଯୁକ୍ତ ପଞ୍ଚାନନର ଆଜ୍‌ବେଷ୍ଟସ୍‌ ଘରକୁ ଭଙ୍ଗାରୁଜା କରିଥିଲେ। ଦେବଗଡ଼ ଏସ୍‌ଡିପିଓ ରମେଶ ମାହାନା ଏବଂ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ପରେ ଅନୁଗୁଳରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ସହ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe