କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ଶଗଡ଼ ଗାଡ଼ି ଶୋଭାଯାତ୍ରାରେ ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସର ବିକ୍ଷୋଭ

Advertisment
କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ଶଗଡ଼ ଗାଡ଼ି ଶୋଭାଯାତ୍ରାରେ ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସର ବିକ୍ଷୋଭ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ ଏକ ଅଭିନବ ଉପାୟରେ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରାଯାଇଛି। ଏକ ଶଗଡ଼ ଗାଡ଼ି  ଶୋଭାଯାତ୍ରାରେ କର୍ମୀମାନେ ଚନ୍ଦାହଣ୍ଡି ପରିକ୍ରମା କରିବା ସହ ବ୍ଲକ୍ କାର୍ଯ୍ୟାଳୟଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୂର୍ବତନ ପିସିସି ସମ୍ପାଦକ କ୍ଷେମରାଜ ବାଘଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ଶୋଭାଯାତ୍ରାରେ କର୍ମୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରା ଦେଇ ବ୍ଲକ୍ କାର୍ଯ୍ୟାଳୟକୁ ଧସେଇ ହୋଇ ପଶିବାକୁ ଉଦ୍ୟମ କରୁଥିବା ସମୟରେ ଉପସ୍ଥିତ ପୁଲିସ ସହିତ କିଛି ସମୟ ଧସ୍ତାଧସ୍ତି ହୋଇଥିଲେ। ଏହାପରେ ବିଡ଼ିଓ ଧର୍ମରାଜ୍ ମାଝୀଙ୍କ ନେତା ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ବିସ୍ତୃତ ଆଲୋଚନା କରିଥିଲେ।

publive-image

ଏହି ବିକ୍ଷୋଭ ସଭାରେ  ଚନ୍ଦାହାଣ୍ଡି ଜୋନ୍ ସଭାପତି ହୁମେଶ୍ଵର୍ ହଂସ, ଶ୍ରୀବତ୍ସ ପଣ୍ଡା, ସନ୍ତୋଷ ପଟ୍ଟନାୟକ, ଜଗଦୀଶ ବାଘ, ମୋହନ ନାଗ,ମଣିରାମ ମାଝୀ, ଡମ୍ବରୁ ହରି ,ବନମାଳୀ ବାଘ, କୁବେର ନିଆଲ୍, ଜୟଦେବ ନିଆଲ, ମଳୟ ସୁନା, ହେମ ପ୍ରସାଦ, କୃଷ୍ଣ ବାଘ, ଜଗତ, କାର୍ତ୍ତିକ ମାଳି, ଆସମତି ବାଘ,ଗଜ ଦେଇ, ଚମ୍ପା ନାଗ,ନରେନ୍ଦ୍ର ସାହୁ ପ୍ରମୁଖଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe