କରୋନା କଟକଣା ଯୋଗୁଁ ଭିତର ଚନ୍ଦନ ସ୍ଥାନରେ ହେଲା ବାହାର ଚନ୍ଦନଯାତ୍ରା

Advertisment

ପ୍ରତୀକ କୁଣ୍ଡ, ଡଙ୍ଗାରେ ଚାପ ଖେଳିଲେ ମହାପ୍ରଭୁ, ଶୀତଳ ପାଇଁ ସୁବାସିତ ଜଳରେ ଜଳକ୍ରୀଡ଼ା

ପ୍ରତୀକ କୁଣ୍ଡ, ଡଙ୍ଗାରେ ଚାପ ଖେଳିଲେ ମହାପ୍ରଭୁ, ଶୀତଳ ପାଇଁ ସୁବାସିତ ଜଳରେ ଜଳକ୍ରୀଡ଼ା

ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ଉପରେ ଜନଶୁଣାଣି, ‘ଜମି ବଦଳରେ ଜମି ଦିଅ’

ପୁରୀ : ଅକ୍ଷୟ ତୃତୀୟାରେ ପାଳିତ ହୋଇଛି ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ନୀତି। ତେବେ କରୋନା କଟକଣା ଯୋଗୁଁ ବିଶ୍ବନିୟନ୍ତା ମହାପ୍ରଭୁ ଏଥର ଚାପଖେଳ ପାଇଁ ଶ୍ରୀମନ୍ଦିର ବାହାରକୁ ନଯାଇ ଶ୍ରୀମନ୍ଦିର ଭିତରେ ହିଁ ଚାପ ଖେଳିଛନ୍ତି। ଯେଉଁଠି ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗୁଥିଲା, ଆଜି ତାହା ବିନା ଭକ୍ତରେ ନିରାଡ଼ମ୍ବର ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସହ ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ, ପଞ୍ଚ ମହାଦେବ ଶ୍ରୀଜମ୍ୱେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ବଦଳରେ ଜଳକ୍ରୀଡ଼ା ମଣ୍ଡପ, ମାଜଣାମଣ୍ଡପଠାରେ ପ୍ରସ୍ତୁତ କୁଣ୍ଡରେ ସୁବାସିତ ଜଳରେ ଜଳସ୍ନାନ କରିବା ସହ ପ୍ରତୀକ ଡଙ୍ଗାରେ ଚାପ ଖେଳିଛନ୍ତି।

ପରମ୍ପରା ମୁତାବକ, ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ମଦ‌ନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ ଓ ପଞ୍ଚ ମହାଦେବ ସ୍ୱତନ୍ତ୍ର ମଣି ବିମାନରେ ବାହାରି ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ନନ୍ଦା ଓ ଭଦ୍ରା ଡଙ୍ଗାରେ ବସି ନୌବିହାର କରନ୍ତି। ଏହା ପୂର୍ବରୁ ମହାପ୍ରଭୁ ସୁବାସିତ ଜଳରେ ଆକଣ୍ଠ ଜଳସ୍ନାନ ସହ ମାଣ୍ଡୁଆ ଭୋଗ ଖାଇଥାନ୍ତି। ଶ୍ରୀମନ୍ଦିରରୁ ନରେନ୍ଦ୍ର ଯିବା ସମୟରେ ବଡ଼ଦାଣ୍ଡ ଚନ୍ଦନ, ତୁଳସୀ, କର୍ପୁର ଆଦି ବାସ୍ନାରେ ମହକି ଉଠେ। ହଜାର ହଜାର ଭକ୍ତ ଶ୍ରୀମନ୍ଦିରରୁ ଶୋଭାଯାତ୍ରା ସହକାରେ ମହାପ୍ରଭୁଙ୍କୁ ନରେନ୍ଦ୍ର ପର୍ଯ୍ୟନ୍ତ ନେଇଥାନ୍ତି। ଚାପ ଖେଳ ସମୟରେ ବି ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ବରେ ଛିଡ଼ା ହେବାକୁ ଜାଗା ନଥାଏ। ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଏହି ଜଳକ୍ରୀଡ଼ାକୁ ୨୧ ଦିନ ଧରି ଦେଖିଥାନ୍ତି। କିନ୍ତୁ କରୋନା ଭୂତାଣୁ ପାଇଁ ଚଳିତ ବର୍ଷ ଏ ସବୁକୁ ବନ୍ଦ କରି ଦିଆଯାଇଛି। ଆଡମ୍ବର ନୁହେଁ, ନିରାଡ଼ମ୍ବର ପରିବେଶରେ ଶ୍ରୀମନ୍ଦିର ଭିତରେ ହିଁ ଏହି କାର୍ଯ୍ୟ ସଂପାଦନ କରାଯାଇଛି। ଏହି ଉପଲକ୍ଷେ ଆଜି ଅପରାହ୍ଣ ୫ଟା ୧୦‌ରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ବିମାନକୁ ବିଜେ କରିଥିଲେ। ଅପରାହ୍ଣ ୫ଟା ୧୫ରେ ଆଜ୍ଞାମାଳ ବିଜେ ପରେ ୫ଟା ୪୫ରେ ଚନ୍ଦନଯାତ୍ରା ପାଇଁ ବିମାନ ଉଠିଥିଲା। ଜଳକ୍ରୀଡ଼ା ମଣ୍ଡପ ଓ ମାଜଣା ମଣ୍ଡପଠାରେ ପୂର୍ବପ୍ରସ୍ତୁତ କୁଣ୍ଡରେ ଜଳକ୍ରୀଡ଼ା ଅନୁଷ୍ଠିତ ହୋଇଥିଲା। ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଜଳକ୍ରୀଡ଼ା ମଣ୍ଡପଠାରେ, ରାମକୃଷ୍ଣ ମାଜଣା ମଣ୍ଡପଠାରେ ଜଳକ୍ରୀଡ଼ା କରିଥିଲେ। ପାଖରେ ଅନ୍ୟ କୁଣ୍ଡରେ ପଞ୍ଚ ମହାଦେବ ଶ୍ରୀ ଜମ୍ବେଶ୍ବର, ଶ୍ରୀ ଲୋକନାଥ, ଶ୍ରୀ ମାର୍କଣ୍ଡେଶ୍ବର, ଶ୍ରୀ ନୀଳକଣ୍ଠ ଓ ଶ୍ରୀ କପାଳମୋଚନ ଜଳକ୍ରୀଡ଼ା କରିଥିଲେ। ପରେ କୁଣ୍ଡ ଭିତରେ ଦୁଇ କାଠ ତିଆରି ପ୍ରତୀକ ଡଙ୍ଗାରେ ଦେବଦେବୀମାନେ ନୌବିହାର କରିଥିଲେ। ଆସନ୍ତାକାଲି ବି ମଦନମୋହନ ଓ ଅନ୍ୟ ଦେବାବେଦୀ ଜଳକ୍ରୀଡ଼ା ମଣ୍ଡପ ଓ ମାଜଣାମଣ୍ଡପଠାରେ ପହଞ୍ଚିବା ପରେ ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହେବ। ଏହିଭଳି ୨୧ଦିନର ବାହାର ଚନ୍ଦନଯାତ୍ରା ଶେଷ ପରେ ଏହି ସ୍ଥାନରେ ପୁନର୍ବାର ମହାପ୍ରଭୁଙ୍କ ୨୧ଦିନ ଭିତର ଚନ୍ଦନଯାତ୍ରା ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe