ସରିଲା ବାହାର ଚନ୍ଦନ ଯାତ୍ରା, ଦେବ ବିଗ୍ରହଙ୍କ ହଳଦୀପାଣି ପିଚକାରୀ ଖେଳ

ସରିଲା ବାହାର ଚନ୍ଦନ ଯାତ୍ରା, ଦେବ ବିଗ୍ରହଙ୍କ ହଳଦୀପାଣି ପିଚକାରୀ ଖେଳ

ପୁରୀ: ସରିଛି ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା। ହଳଦୀପାଣି ପିଚକାରୀ ଖେଳ ସହ ବାହାର ଚନ୍ଦନ ଯାତ୍ରା ଉତ୍ସବ ଶେଷ ହୋଇଛି। ମାନବୀୟ ଲୀଳାଧାରୀ ମହାପ୍ରଭୁ ଗ୍ରୀଷ୍ମ ଦାଉରୁ ମୁକ୍ତି ପାଇଁ ଜଳକ୍ରୀଡ଼ା କରୁଥିବା ବେଳେ ଗତକାଲି ଭଉଁରୀ ପରେ ଆଜି ୨୧ ଦିନର ଯାତ୍ରା ପୂର୍ବୋକ୍ତ ବିଧିରେ ଅନୁଷ୍ଠିତ ହୋଇଥିଲା। କେବଳ ଦିନ ଚାପ କରାଯାଇଥିଲା। ଦେବ ବିଗ୍ରହମାନେ ଜଗତିକୁ ବିଜେ କରିନଥିଲେ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ, ଶ୍ରୀରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ଶ୍ରୀଯମେଶ୍ବର, ଶ୍ରୀମାର୍କଣ୍ଡେୟ, ଶ୍ରୀଲୋକନାଥ, ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠ ପାଲିଙ୍କି ଓ ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥିଲେ।

ଭିତରଛ ସେବକଙ୍କ ଦ୍ୱାରା ଜଳଲାଗି ନୀତି ସମ୍ପନ୍ନ କରାଯାଇଥିଲା। ପରେ ଦେବ ବିଗ୍ରହମାନେ ଜଳକ୍ରୀଡା କରିବାକୁ ଚାପ ଡଙ୍ଗା ନନ୍ଦା ଓ ଭଦ୍ରାରେ ବିଜେ କରିଥିଲେ। ପରେ ଠାକୁରମାନେ ପ୍ରତ୍ୟକ ଦିନ ଭଳି ନରେନ୍ଦ୍ର ପୁଷ୍କରଣୀରେ ଏକ ଘେରା ପରିକ୍ରମା କରି ଜଳକ୍ରୀଡା କରିଥିଲେ। ଦିନ ଚାପ ସରିବା ପରେ ମହାଜନ ସେବକମାନେ ଭଦ୍ରା ଚାପରୁ ରାମକୃଷ୍ଣଙ୍କୁ ଆଣି ମଦନମୋହନ ବିଜେ କରିଥିବା ଧଳାଚାପ ବା ନନ୍ଦାରେ ବିଜେ କରିଥିଲେ। ହଳଦୀ ପାଣି ନୀତି ସମ୍ପନ୍ନ କରାଯାଇଥିଲା। ପରେ ମୁଦିରସ୍ତଙ୍କ ଦ୍ୱାରା ବନ୍ଦାପନା ନୀତି ସମ୍ପନ୍ନ କରାଯାଇଥିଲା। ନୀତି ସମ୍ପନ୍ନ ହେବା ପରେ ଦେବବିଗ୍ରହମାନଙ୍କୁ ଚନ୍ଦନ ଚକଡାକୁ ବିଜେ କରାଯାଇଥିଲା। ମଇଲମ ଆଦି ନୀତି ସମ୍ପାଦନା କରାଯାଇ ଠାକୁରଙ୍କ ବେଶ ଅନୁଷ୍ଠିତ ହୋଇ ଭୋଗ ମଣୋହି କରାଯାଇଥିଲା। ପରେ ଦେବବିଗ୍ରହଙ୍କୁ ଆଳତି କରାଯାଇଥିଲା। ସମସ୍ତ ନୀତି ସମ୍ପନ୍ନ ହେବା ପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ। ବିଧି ମୁତାବକ କେବଳ ଦିନ ଚାପ କରାଯାଇଥିବା ବେଳେ ରାତି ଚାପ କରାଯାଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe