ଫନି ଉଜାଡ଼ିଛି ପାଞ୍ଚ ହଜାର ପାନ ବରଜ, ଆଉ ମିଳିବନି ଚନ୍ଦନପୁର ପାନ

ଫନି ଉଜାଡ଼ିଛି ପାଞ୍ଚ ହଜାର ପାନ ବରଜ, ଆଉ ମିଳିବନି ଚନ୍ଦନପୁର ପାନ

ପୁରୀ : ‘ଫନି’ ମାଡ଼ରେ ଚନ୍ଦନପୁର ପାନ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଫଳରେ ପାନ ଉପରେ ନିର୍ଭର କରୁଥିବା ପାନ ଶିଳ୍ପ ବି ପ୍ରଭାବିତ ହୋଇଛି। ଚନ୍ଦନପୁର ଓ ଏହାର ଆଖାପାଖ ୧୬ ମୌଜାରେ ବର୍ଷ ବର୍ଷ ଧରି ରହିଥିବା ପାନ ବରଜ ସବୁ ମାଟିରେ ମିଶିଯାଇଛି। ବରଜ ଉପର ଛପର ଉଡିଯାଇଛି। ତିଆରି ହୋଇଥିବା ବରଜର ଖଡି, ବାଉଁଶ ସବୁ ମାଟିରେ ଲୋଟିଯାଇଛି। ବରଜ ଉପ‌ରେ ବାଲି ଚରିଯାଇଛି। ପାନ ବରଜ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚନ୍ଦନପୁର, ଜାନକା‌ଦେଇପୁର, ରଘୁରାଜପୁର, ତଳଜଂଗ, ମାଳିସାହି, ଦାଶଗୋବ‌ା, ସୋଡକା, ବୀରନରସିଂହପୁର, ଚାଳିଶବାଟିଆ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ପ୍ରାୟ ୫ ହଜାର ପାନବରଜ ଫନି ପ୍ରଭାବରେ ମାଟିରେ ମିଶିଯାଇଛି। ବାତ୍ୟାପରଠାରୁ ଲୋକ ଲଗାଇ ପାନ ବରଜ ସବୁ ଉଠାଯାଉଛି। ନଷ୍ଟ ହୋଇଥିବା ପାନ ମଧ୍ୟ ସଂଗ୍ରହ ମଧ୍ୟ କରାଯାଇପାରୁ ନାହିଁ। ଶହ ଶହ ପାନ ବରଜର ଚିହ୍ନବର୍ଣ୍ଣ ହଜିଯାଇଛି। ପାନ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ‌ଚାଷଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଛି।

publive-image

ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବରଜ ନିର୍ମାଣ କରିଥିବା ଚାଷୀ ଆଉ ଉଠିପାରିବେନି ‌ବୋଲି ଚନ୍ଦନପୁର ଅଞ୍ଚଳର ପାନ ଚାଷୀ ଅଶୋକ ପରିଡା କହିଛନ୍ତି। ସେ ଓ ତାଙ୍କର ଦୁଇ ଭାଇଙ୍କର ୬ଟି ପାନବରଜ ଉଜୁଡ଼ି ଯାଇଛି ବୋଲି ଚାଷୀ ଅଶୋକ ପରିଡା କହିଛନ୍ତି। ‌ଏହି ପାନ ଚ‌ାଷରୁ ‌ସେମାନେ ତାଙ୍କ ପରିବାର ଚଳାଉଥିଲେ। ଓଡ଼ିଶା ତଥା ବାହାର ରାଜ୍ୟରେ ଚନ୍ଦନପୁରର ପାନର ସ୍ବତନ୍ତ୍ର ଚାହିଦା ରହିଛି। ଏହି ପାନ ସ୍ବାଦିଷ୍ଟ ଥିବାରୁ ଲୋକ ଏହାକୁ ଚଢ଼ା ଦରରେ କିଣିଥାନ୍ତି। ମାତ୍ର ‘ଫନି’ ଚନ୍ଦନପୁରର ପାନଶିଳ୍ପକୁ ଉଜାଡି ଦେଇଛି। ପାନା ଚାଷ, ବ୍ୟବସାୟ ଉପରେ ନିର୍ଭର କରୁଥିବା ଶହ ଶହ ଲୋକ ଜୀବିକା ହରାଇବେ ବୋଲି ଶ୍ରୀ ପରିଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe