ଆଜି ଚନ୍ଦ୍ରଗ୍ରହଣ: ୫ଟା ୫୪ରୁ ପାକତ୍ୟାଗ, ଦେବନୀତି ନି‌ଷେଧ

Advertisment
ଆଜି ଚନ୍ଦ୍ରଗ୍ରହଣ: ୫ଟା ୫୪ରୁ ପାକତ୍ୟାଗ, ଦେବନୀତି ନି‌ଷେଧ

hindi.news18.com

ପୁରୀ : ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି ରାହୁ ଗ୍ରସ୍ତ ଚନ୍ଦ୍ରଗ୍ରହଣ। ଏହିଦିନ ସୂର୍ଯ୍ୟୋଦୟଠାରୁ ପାକକର୍ମ, ଅନ୍ନଭୋଜନ, ଦେବନୀତି ନିଷେଧ କରାଯାଇଛି।

ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ତଥା ଜ୍ୟୋତିର୍ବିଦ୍‌ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ମଙ୍ଗଳବାର ଅପରାହ୍ନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡ୍‌ରେ ଗ୍ରହଣ ସ୍ପର୍ଶ କରୁଛି। ସଂଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡ୍‌ରେ ଗ୍ରହଣ ସର୍ବମୋକ୍ଷ ହେବ। ଏହିଦିନ ସୂର୍ଯ୍ୟୋଦୟଠାରୁ ଅର୍ଥାତ୍‌ ସକାଳ ୫ଟା ୫୪ ମିନିଟ୍‌ ୫୩ ସେକେଣ୍ଡ୍‌ରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ କରାଯାଇଛି। ଏଣୁ ସୂର୍ଯ୍ୟୋଦୟ ପୂର୍ବରୁ ଲୋକେ ଡଙ୍ଗାଭସା କାମ ସାରି ପାରିବେ। ପରେ ସବୁ ମାରା ବୋଲି ଧରାଯିବ। ଗ୍ରହଣ ସର୍ବମୋକ୍ଷ ହେବା ପରେ ଅର୍ଥାତ୍‌ ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡ ପରେ ଲୋକେ ସ୍ନାନ ସାରି ଦେବନୀତି, ଖାଦ୍ୟ ସେବନ ଆଦି କରିପାରିବେ ବୋଲି ଡ. ଦାଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe