Chandrabhaga Lighthouse lift disabled due to lightning strike: Tourists returning Photograph: (sambad.in)
କୋଣାର୍କ: କୋଣାର୍କ ଚନ୍ଦ୍ରଭାଗାରେ ଥିବା କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟର ଏକ ମାତ୍ର ଲାଇଟ୍ ହାଉସରେ ଉପରକୁ ପର୍ଯ୍ୟଟକଙ୍କ ପରିଦର୍ଶନ ପାଇଁ ଥିବା ଉନ୍ନତ ଲିଫ୍ଟ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ଦିନ ହେବ ବଜ୍ରପାତରେ ଅଚଳ ହୋଇ ପଡ଼ିଛି। ଫଳରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି ।
ଅନେକ ପର୍ଯ୍ୟଟକ ସିଡ଼ି ଚଢି ନ ପାରି ଘୋର ଅସନ୍ତୋଷ ପ୍ରକାଶ କରି ଫେରି ପଳାଇ ଯାଉଥିବା ବେଳେ ବାଧ୍ୟ ହୋଇ କିଛି ପର୍ଯ୍ୟଟକ ନିଜର ଛୋଟ ଛୋଟ ପିଲାମାନଙ୍କୁ ନେଇ ବିପଦ ପୂର୍ଣ୍ଣ ଭାବେ ଲାଇଟ୍ ହାଉସ ଉପରକୁ ସିଡିରେ ଚଢି ଚଢ଼ି ଯାଇଛନ୍ତି। ଏନେଇ ଲାଇଟ୍ ହାଉସର ସ୍ଥାନୀୟ ଅଧିକାରୀଙ୍କୁ ପର୍ଯ୍ୟଟକମାନେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନିଆଯାଉ ନଥିବା ଦେଖାଯାଇଛି ।
ଆହୁରି ପଢ଼ନ୍ତୁ:Tiger leaves forest enters countryside: ଲକ୍ଷ୍ମୀପୁର ଗ୍ରାମରେ ବାଘ ଆତଙ୍କ: ଚାଷ ଜମିରେ ପାଦ ଚି଼ହ୍ନ
ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ଚୁପ୍
ଫଳରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟର ରାଜସ୍ୱ କ୍ଷତି ହେଉଥିବା ଜଣାପଡିଛି । ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶ କ୍ରମେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଦେଶର ୭୫ ଗୋଟି ଲାଇଟ ହଉସ ପରିସରକୁ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ଉପଯୋଗୀ ଓ ଚିତ୍ତ ବିନୋଦନ ନିମନ୍ତେ ପ୍ରସ୍ତୁତ କରାଯିବା ସହିତ ପର୍ଯ୍ୟଟକଙ୍କ ରହଣି ବ୍ୟବସ୍ଥା କରାଯାଇଛି। ବିଶେଷ ଭାବେ କୋଣାର୍କ ଚନ୍ଦ୍ରଭଗା ଲାଇଟି ହାଉସ ସମେତ ଓଡ଼ିଶାର ୬ ଗୋଟି ଲାଇଟି ହାଉସକୁ ପର୍ଯ୍ୟଟକ ଉପଯୋଗୀ କରାଯାଇଛି ।
ଆହୁରି ପଢ଼ନ୍ତୁ:Land sale-purchase at tehsil office: ନଭେମ୍ବର ୧ ରୁ ତହସିଲ ଅଫିସରେ ହେବ ଜମି କିଣାବିକା: ରାଜସ୍ବ ମନ୍ତ୍ରୀ
ଏହି ଲାଇଟ୍ ହାଉସ ପରିସର ଗୁଡିକ ପର୍ଯ୍ୟଟକଙ୍କ ନିମନ୍ତେ ଉପଯୋଗୀ କରାଯାଇ କୋଟିକୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଇ ଦେଶର ଆର୍ଥିକ ମାନଦଣ୍ଡ ବୃଦ୍ଧିକରିବା ସହିତ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟକୁ ଆର୍ଥିକ କ୍ଷେତ୍ରରେ ଏକ ସଶକ୍ତ ଭାବେ ଗଢିତୋଳିବାରେ ସହାୟ ହୋଇପାରିଛି। ତୁରନ୍ତ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟର ଉଚ୍ଚ ଅଧିକାରୀମାନେ ଏ ଦିଗରେ ଦୃଷ୍ଟି ଦେଇ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଲିଫ୍ଟକୁ କାର୍ଯ୍ୟକ୍ଷମ କରାଇବାକୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
ସୁକାନ୍ତ ବିଶ୍ବାଳ
Follow Us