New Indian Express
ଭୁବନେଶ୍ବର: ଓଟିଭି ସାମ୍ବାଦିକଙ୍କୁ ପୁଲିସ ଉଠାଇ ନେବା ଘଟଣାରେ ଭିଡିଓ ଜାରି କଲେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଏହି ଭିଡିଓରେ ସାଂସଦ ଚନ୍ଦ୍ରାଣୀ କହିଛନ୍ତି ଯେ ୨୦୧୯ ନିର୍ବାଚନ ପୂର୍ବରୁ ତାଙ୍କର ଏକ ମିଛ ଭିଡିଓ ଜାରି କରାଯାଇଥିଲା । ସେ ଜଣେ ଆଦିବାସୀ ସାଂସଦ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କ ଭିଡିଓ ଭାଇରାଲ୍ କରାଯାଇଥିଲା । ଏହି ମାମଲାରେ ଓଟିଭି ଏବଂ ବୈଜୟନ୍ତ ପଣ୍ଡା ଓ ଜାଗି ପଣ୍ଡା ସେହି ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଚନ୍ଦ୍ରାଣୀ କହିଛନ୍ତି ।
ତେବେ ଜାଗୀମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କର ଦିଲ୍ଲୀରେ କ୍ଷମତାଶାଳୀ ଲୋକଙ୍କ ସହ ବନ୍ଧୁତା ରହିଛି । ସେଇଥିପାଇଁ ଜାତୀୟ ଗଣମାଧ୍ୟମରେ ଓଟିଭି ସାମ୍ବାଦିକ ରମେଶ ରଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ମିଡିଆ ଉପରେ ଆକ୍ରମଣ ବୋଲି କୁହାଯାଉଛି । ଆଉ ଚନ୍ଦ୍ରାଣୀ ମୁର୍ମୁ ବୈଜୟନ୍ତ ପଣ୍ଡା ଓ ଜାଗି ପଣ୍ଡାଙ୍କୁ ପ୍ରଶ୍ନ କରିଛନ୍ତି, ମୋ ସ୍ଥାନରେ ଯଦି ଆପଣଙ୍କ ଝିଅ ଥାନ୍ତା ତେବେ କ’ଣ କରିଥାନ୍ତେ?
ଗତକାଲି ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ଉଠାଇ ନେଇ ପଚରାଉଚରା କରିବା ପରେ ପୁଲିସ ଛାଡ଼ିଦେଇଥିଲା। ପୁଲିସ ରମେଶ ରଥଙ୍କ ଘରୁ ଓ ଓଟିଭି କାର୍ଯ୍ୟାଳୟରୁ କିଛି ଦସ୍ତାବିଜ୍ ଓ କମ୍ପୁଟର ହାର୍ଡହିସ୍କ ଜବତ୍ କରିଥିବା ଜଣାଯାଇଛି। କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଭିଡିଓ ଭାଇରାଲ୍ ମାମଲାରେ ସଂପୃକ୍ତି ନେଇ ରମେଶ ରଥଙ୍କୁ ପୁଲିସ ନିଜ ହେପାଜତକୁ ନେଇଥିଲା। ସୂଚନାଯୋଗ୍ୟ, ରମେଶଙ୍କୁ ତାଙ୍କ ଘର ପାଖରୁ କେନ୍ଦୁଝର ପୁଲିସର ଏକ ଟିମ୍ ଉଠାଇ ନେଇଥିଲା। ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ କିଛି ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲେ।
Follow Us