ଆଇସିୟୁରେ ଚନ୍ଦ୍ରଶେଖର ରଥ

Advertisment
ଆଇସିୟୁରେ ଚନ୍ଦ୍ରଶେଖର ରଥ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥ ଗତକାଲି ମୁତ୍ରଜନିତ ସମସ୍ୟା ଯୋଗୁଁ ଗୁରୁତର ହୋଇ ଆପୋଲୋ ହସ୍ପିଟାଲ୍‌ର ଆଇସିୟୁରେ ଭର୍ତି ହୋଇଛନ୍ତି। ୨୦ଦିନ ତଳେ ସେ ଅସୁସ୍ଥତା ଅନୁଭବ କରିବାରୁ ଚିିକିତ୍ସିତ ହୋଇ ସିଆର୍‌ପି ନିକଟସ୍ଥ ଘରକୁ ଫେରି ବିଶ୍ରାମ ନେଉଥିଲେ। ମାତ୍ର ଗତକାଲି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଳମ୍ବିତ ରାତି ପ୍ରାୟ ୧୨ଟା ୧୫ରେ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ବର୍ତମାନ ସେ ଆଇସିୟୁ(୫୫୩)ରେ ରହି ଚିକିତ୍ସିତ ହେଉଛନ୍ତି।

ଗତ କିଛିଦିନ ତଳେ ପଦ୍ମଶ୍ରୀ ଘୋଷଣା ହେବାରୁ ଏନେଇ ତାଙ୍କ ପୁତ୍ର ଶଶୀଭୂଷଣ ରଥ ଏ ସମ୍ପର୍କରେ ଚନ୍ଦ୍ରଶେଖର ରଥଙ୍କୁ ଜଣାଇବା ପରେ ସେ ସ୍ମିତହାସ୍ୟ ଦେଇଥିଲେ। ତେବେ ସେ ପଦ୍ମଶ୍ରୀ ପୁରସ୍କାର ପାଇବା ସମ୍ପର୍କିତ ଖୁସି ଓ ନିଜ ମନର କଥାକୁ କାହା ସହ ବାଣ୍ଟି ପାରିନଥିଲେ। ମାତ୍ର ଧୀରେଧୀରେ ଅବସ୍ଥା ବିଗିଡ଼ିବାକୁ ଲାଗିଥିଲା। ତେଣୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତି କରିବା ପାଇଁ ପରିବାରବର୍ଗ ନିଷ୍ପତ୍ତି ନେଇଥିଲେ। ସଂପ୍ରତି ଶ୍ରୀ ରଥ ଡାକ୍ତର ବାନାମ୍ବର ରାୟ ଏବଂ ଡାକ୍ତର ଜ୍ୟୋତିଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ସୁଧୁରୁଥିବା ଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe