ଭୁବନେଶ୍ୱର: ବରିଷ୍ଠ ଓପିଏସ୍ ଅଧିକାରୀ ତଥା ସାହିତ୍ୟିକ ଚନ୍ଦ୍ର ଶେଖର ହୋତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

Advertisment

ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।  ଫେବ୍ରୁଆରି ୨୮ ତାରିଖରୁ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଭାବେ ସେ ଦାୟିତ୍ୱ ଗ୍ରହଣ କରିବେ ।

ଏହା ସହିତ ଡ. ହୋତା ସଙ୍ଗୀତ ନାଟକ ଏକାଡେମୀର ସଚିବ ଦାୟିତ୍ୱରେ ମଧ୍ୟ ରହିବେ । ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ।

ଅଧିକ ପଢ଼ନ୍ତୁ: ରାଜ୍ୟ ଟିକା ଭଣ୍ଡାର ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ପାଇଲା ଆଇଏସ୍‌ଓ ସାର୍ଟିଫିକେଟ୍‌

ପୁଲିସ ଚାକିରି କରୁଥିବା ଚନ୍ଦ୍ରଶେଖର ହୋତା ଜଣେ ଉଚ୍ଚକୋଟିର ଲେଖକ । ପ୍ରବନ୍ଧ, ରଚନା ଲେଖନୀଠାରୁ ଆରମ୍ଭ କରି ସ୍ତମ୍ଭ ଲେଖାରେ ମଧ୍ୟ ସେ ବେଶ୍ ନିପୁଣ।

ଅଧିକ ପଢ଼ନ୍ତୁ: ହର-ହର ମହାଦେବ, ହର-ହର ଗଙ୍ଗେ... ମହାକୁମ୍ଭରେ ପବିତ୍ର ବୁଡ଼ ପକାଇଲେ ନୁପୁର ଶର୍ମା