ବଦଳିଲା ଦଶମ ଶ୍ରେଣୀ ପାଠ୍ୟପୁସ୍ତକ, ୮ଟି ବିଷୟରେ ସାମାନ୍ୟ ପରିବର୍ତ୍ତନ

Advertisment

ଲକ୍‌ଡାଉନ୍‌ ସ୍ଥିତି ସୁଧୁରିଲେ ବିକ୍ରି ହେବ

ଲକ୍‌ଡାଉନ୍‌ ସ୍ଥିତି ସୁଧୁରିଲେ ବିକ୍ରି ହେବ

୭୦% ସିଲାବସ୍‌ରେ ଯୁକ୍ତ୨ ପାଠପଢ଼ା: ପରୀକ୍ଷା ପଦ୍ଧତି ବଦଳାଇବାକୁ ପ୍ରସ୍ତାବ

ଭୁବନେଶ୍ୱର,: ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା ଦଶମ ଶ୍ରେଣୀ ପାଠ୍ୟପୁସ୍ତକର କିଛି ବିଷୟରେ ପରିବର୍ତ୍ତନ କରାଯାଇଛି। ଲକ୍‌ଡାଉନ୍‌ ସ୍ଥିତି ସୁଧୁରିବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ବହି ବିକ୍ରି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ଶ୍ରୀକାନ୍ତ ତରାଇ ଏହି ସୂଚନା ଦେଇ କହିଛନ୍ତି ଯେ ଦଶମ ଶ୍ରେଣୀର ମୋଟ ୧୪ଟି ବିଷୟ ମଧ୍ୟରୁ ୮ଟି ବିଷୟରେ କିଛି କିଛି ବଦଳିଛି। ୮ଟି ବିଷୟ ହେଉଛି ସାହିତ୍ୟ ସିନ୍ଧୁ, ସ୍କିଲ୍‌ ଅଫ୍‌ କମ୍ୟୁନିକେଟିଭ ଇଂରାଜୀ, ମାଧ୍ୟମିକ ବୀଜଗଣିତ, ମାଧ୍ୟମିକ ଜ୍ୟାମିତି, ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ, ଇତିହାସ ଓ ରାଜନୀତି ବିଜ୍ଞାନ, ଭୂଗୋଳ ଓ ଅର୍ଥନୀତି। ଏହି ବହିଗୁଡ଼ିକରେ ଅଳ୍ପ କିଛି ବିଷୟରେ ପରିବର୍ତ୍ତନ କରାଯାଇଛି। ଲକ୍‌ଡାଉନ୍‌ ଚାଲୁ ରହିଥିବାରୁ ବହି ବିକ୍ରୟ ହୋଇପାରିନାହିଁ। ଲକ୍‌ଡାଉନ୍‌ ଉଠିବା ପରେ ବିକ୍ରି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଓଡ଼ିଶା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ଏନେଇ ଆଜି ମନ୍ତ୍ରୀ ଓ ପରିଷଦର ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ ଲକ୍‌ଡାଉନ୍‌ ସମୟରେ ଛାତ୍ରଛାତ୍ରୀଙ୍କୁ କିପରି ଡିଜିଟାଲ୍‌ ମାଧ୍ୟମରେ ଶିକ୍ଷା ଦିଆଯିବ, ସେଥିପାଇଁ ସରକାର ତତ୍ପରତା ଦେଖାଇଛନ୍ତି। ଏଥିପାଇଁ କିଛି ଜିଲ୍ଲା ଶିକ୍ଷା ଅଧିକାରୀମାନେ ମଧ୍ୟ ଜିଲ୍ଲାସ୍ତରରେ ବିଦ୍ୟାଳୟସ୍ତରୀୟ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଖୋଲି ସାରିଲେଣି। ଓଡ଼ିଶାର ସବୁ ଶିକ୍ଷା ସହ ଜଡ଼ିତ ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ରେ ଦଶମ ଶ୍ରେଣୀ ବହିର ପିଡିଏଫ୍‌ କପି ଘୂରି ବୁଲୁଛି। ତେବେ କେତେକ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ଟେଲିଫୋନ୍‌ ମାଧ୍ୟମରେ ଜଣାଇଛନ୍ତି ଯେ ୧୦ମ ଶ୍ରେଣୀର ବହି ବଦଳିଛି। କିଛି ବିଷୟରେ ପରିବର୍ତ୍ତନ କରାଯାଇଛି ଯଥା ଇଂରାଜୀର ୪ଟି ବିଷୟ ପରିବର୍ତ୍ତନ ହୋଇଥିବା ଜଣାପଡ଼ିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଉପୁଜିଛି। ବାସ୍ତବରେ ୨୦୨୧-୨୨ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ବହି ବଦଳିଛି ନା ଏହା ଏକ ଗୁଜବ। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ନେଇ ଯେଉଁ ତତ୍ପରତା ଦେଖାଦେଇଥିଲା, ତାହା ଟିକେ ଶିଥିଳ ପଡ଼ିଯାଇଛି। ତେଣୁ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏହା ଉପରେ ନିଜର ମତାମତ ଛାତ୍ରଛାତ୍ରୀଙ୍କୁ ଜଣାଇବା ଉଚିତ। ପରିଷଦ ୱେବ୍‌ସାଇଟ୍‌‌ରେ ସଠିକ୍‌ ତଥ୍ୟ ଦେବାକୁ ସେ ଦାବି କରିଥିଲେ। ଏହାର ଉତ୍ତରରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe