ଚଳିତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ଦଳବଦଳ ଜୋର୍ଦାର୍ ଚାଲିଥିଲା। ଏପରି ଦଳବଦଳ କେବେ କୌଣସି ନିର୍ବାଚନରେ ହୋଇ ନ ଥିଲା ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ଅନ୍ୟ ଦଳରୁ ଆସୁଥିବା ନେତାଙ୍କୁ ତୁରନ୍ତ ଟିକେଟ୍ ବି ଦିଆଯାଉଥିଲା। ବିଜେଡିରୁ ଆସି ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଥିବା ନେତାମାନେ ହେଲେ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ରଘୁନାଥ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ନାୟକ, ଜୟନ୍ତ ଷଡ଼ଙ୍ଗୀ, ବଳଭଦ୍ର ମାଝୀ, ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ ଓ ବାବୁ ସିଂହ। ଏମାନଙ୍କ ମଧ୍ୟରେ କେବଳ ଜୟନ୍ତ ଷଡ଼ଙ୍ଗୀ ପୁରୀରେ ବିଜୟ ଲାଭ କରିଥିଲା ବେଳେ ଅନ୍ୟମାନେ ପରାଜୟର ସାମ୍ନା କରିଛନ୍ତି। ଶେଷ ମୂହୁର୍ତ୍ତରେ କଂଗ୍ରେସରୁ ଆସି ବିଜେପିରେ ମିଶିଥିବା ନେତା ବିଭୁ ତରାଇ ଓ ପ୍ରକାଶ ବେହେରା ଦଳୀୟ ଟିକେଟ୍ ପାଇଥିଲେ। କିନ୍ତୁ ଉଭୟ ନେତା ପରାଜୟ ବରଣ କରିଛନ୍ତି। ସେହିପରି କଂଗ୍ରେସରୁ ବିଦା ହେଲା ପରେ ବିଜେଡିରେ ମିଶି ସୁନ୍ଦରଗଡ଼ରୁ ଟିକେଟ୍ ପାଇଥିବା ଯୋଗେଶ ସିଂହ ପରାଜୟ ବରଣ କରିଛନ୍ତି। ଅପର ପକ୍ଷରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇ ସୁନ୍ଦରଗଡ଼ରେ ପ୍ରାର୍ଥୀ ହୋଇଥିବା କୁସୁମ ଟେଟେ ବିଜୟ ହାସଲ କରିଛନ୍ତି। କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ନବକିଶୋର ଦାସ ନିର୍ବାଚନରେ ବେଶ୍ ସଫଳତା ହାସଲ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us