ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତନ‌: ମେ’ ୩୧ର ପରୀକ୍ଷା ଜୁନ୍‌ ୪ରେ ହେବ

ଯୁକ୍ତ୨ ପରୀକ୍ଷାରେ ସହଯୋଗ କରିବେ ଅଧ୍ୟାପକ

LiveChennai

ଭୁବନେଶ୍ବର : ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଯୁକ୍ତ୨ ପରୀକ୍ଷାରେ କିଛିଟା ପରିବର୍ତନ କରାଯାଇଛି। ୩୧ ତାରିଖରେ ହେବାକୁ ଥିବା କଳା ଓ ବିଜ୍ଞାନ ବିଭାଗର ଗଣିତ, କଳା ବିଭାଗରେ ଗୃହ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ବିଏଫ୍‌ସି-ବାୟୋଲୋଜି ବିଷୟର ପରୀକ୍ଷାକୁ ଜୁନ୍‌ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମୋଦନକ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମେ’ ୨୧ରୁ ୨୮ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟାନ୍ୟ ବିଷୟ ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇ ନଥିବା ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି। ପୂର୍ବରୁ ଉକ୍ତ ତିନି ବିଷୟର ପରୀକ୍ଷାକୁ ଥରେ ଘୁଞ୍ଚାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe