ଭୁବନେଶ୍ୱର : ବଦଳିବ ତୃତୀୟ, ଷଷ୍ଠ ଏବଂ ୭ମ ଶ୍ରେଣୀର ଇଂରାଜି ପାଠ୍ୟପୁସ୍ତକ। ଏନେଇ ଗତ ଅଗଷ୍ଟ ୩୦ ତାରିଖରେ ଓପେପା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଟିଇ ଆଣ୍ଡ ଏସ୍ସିଇଆରଟି ପକ୍ଷରୁ ଦାଖଲ ହୋଇଥିବା ନୂତନ ପାଠ୍ୟପୁସ୍ତକକୁୁ ରାଜ୍ୟ ସରକାର ତର୍ଜମା କରିବା ପରେ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୮-୧୯ ଶିକ୍ଷାବର୍ଷରୁ ପିଲାମାନେ ନୂତନ ଇଂରାଜି ବହିରେ ଶିକ୍ଷା ଗ୍ରହଣ କରିବେ। ଏଦିଗରେ ପଦକ୍ଷେପ ନେବାକୁ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ବିଭୁପ୍ରସାଦ ଷଡ଼ଙ୍ଗୀ ଓପେପା ଏସ୍ପିଡିଙ୍କ ନିକଟକୁ ଚିଠି ଲେଖିଛନ୍ତି।
ବଦଳିବ ତୃତୀୟ, ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଇଂରାଜି ବହି
Advertisment
Follow Us