ଆଇପିଏସ୍‌ ସ୍ତରରେ ଅଦଳ ବଦଳ

୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ବର : ରାଜ୍ୟ ସରକାର ଆଇପିଏସ ଓ ଆଇଏଏସସ୍ତରରେ ଅଦଳ ବଦଳ କରିଛନ୍ତି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବ୍ରୋଥାଙ୍କୁ ପୁଣିଥରେ କ୍ରୁଟ୍(କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ) ଦାୟିତ୍ୱ ଦିଆଯାଇଛି। ସେ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ପୂର୍ବରୁ କ୍ରୁଟ୍‌ ଦାୟିତ୍ବରେ ଥିବା ବିଏମ୍‌ସି କମିସନର ଆଇଏଏସ୍ ବିଜୟ ଅମୃତା କୁଲାଙ୍ଗେଙ୍କୁ ପଦରୁ ମୁକ୍ତ କରାଯାଇଛି। ସେହିପରି ଆଇପିଏସ୍ ଦୀପ୍ତେଶ ପଟ୍ଟନାୟକଙ୍କୁ ଜେଲ୍‌ ଆଇଜି ଦାୟିତ୍ୱରୁ ମୁକ୍ତ କରାଯାଇ କେବଳ ଓଏସ୍‌ଆରଟିସି ସିଏମ୍‌ଡି ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ପରିବହନ କମିସନର ଆଇପିଏସ୍ ଅମିତାଭ ଠାକୁରଙ୍କୁ ଜେଲ୍ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe