Journalist's Health Card: ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନରେ ବିଭ୍ରାଟ

Advertisment

ସାମ୍ବାଦିକମାନଙ୍କୁ : ଭଦ୍ରକ ଜିଲ୍ଲାରେ ସବୁ କ୍ଷେତ୍ରରେ ଅବହେଳା ଓ ଅଣଦେଖା କରାଯାଉଛି। ଜିଲ୍ଲାରେ କର୍ତ୍ତବ୍ୟରତ ସାମ୍ବାଦିକମାନେ ଖରା ବର୍ଷାରେ ବୁଲି ଖବର ସଂଗ୍ରହ କରୁଥିବା ବେକେ ସାମ୍ବାଦିକମାନେ ବସିବା ପାଇଁ ଭଦ୍ରକ ଜିଲ୍ଲାରେ ପ୍ରଶାସନ ସେମାନଙ୍କୁ ଏକ ଘର ଯୋଗାଇ ଦେଉ ନାହିଁ....

ସାମ୍ବାଦିକମାନଙ୍କୁ : ଭଦ୍ରକ ଜିଲ୍ଲାରେ ସବୁ କ୍ଷେତ୍ରରେ ଅବହେଳା ଓ ଅଣଦେଖା କରାଯାଉଛି। ଜିଲ୍ଲାରେ କର୍ତ୍ତବ୍ୟରତ ସାମ୍ବାଦିକମାନେ ଖରା ବର୍ଷାରେ ବୁଲି ଖବର ସଂଗ୍ରହ କରୁଥିବା ବେକେ ସାମ୍ବାଦିକମାନେ ବସିବା ପାଇଁ ଭଦ୍ରକ ଜିଲ୍ଲାରେ ପ୍ରଶାସନ ସେମାନଙ୍କୁ ଏକ ଘର ଯୋଗାଇ ଦେଉ ନାହିଁ....

Chaos in issuing health cards to journalists

Chaos in issuing health cards to journalists Photograph: (sambad.in)

ଭଦ୍ରକ  ସାମ୍ବାଦିକମାନଙ୍କୁ : ଭଦ୍ରକ  ଜିଲ୍ଲାରେ ସବୁ କ୍ଷେତ୍ରରେ ଅବହେଳା ଓ ଅଣଦେଖା କରାଯାଉଛି।  ଜିଲ୍ଲାରେ କର୍ତ୍ତବ୍ୟରତ  ସାମ୍ବାଦିକମାନେ ଖରା ବର୍ଷାରେ ବୁଲି ଖବର ସଂଗ୍ରହ କରୁଥିବା ବେକେ ସାମ୍ବାଦିକମାନେ ବସିବା ପାଇଁ ଭଦ୍ରକ ଜିଲ୍ଲାରେ ପ୍ରଶାସନ ସେମାନଙ୍କୁ ଏକ  ଘର ଯୋଗାଇ ଦେଉ  ନାହିଁ।

ରାଜ୍ୟରେ ସବୁ  ଜିଲ୍ଲା ଓ ଭୁବନେଶ୍ୱରରେ ସାମ୍ବାଦିକଙ୍କ ବସିବା ପାଇଁ ଘର ଦିଆଯାଇଥିବା ବେକେ ଭଦ୍ରକ ଜିଲ୍ଲାରେ  ସାମ୍ବାଦିକଙ୍କୁ ପ୍ରଶାସନ ଅଣଦେଖା କରି ଆସୁଛି।

ଆହୁରି ପଢ଼ନ୍ତୁ:Chakki chalanasana: ଋତୁଚକ୍ରକୁ ନିୟନ୍ତ୍ରଣ କରିବା ପାଇଁ କରନ୍ତୁ ‘ଚକ୍‌କି ଚଳନାସନ’

ଜିଲ୍ଲାପାଳଙ୍କ ପରେ ଜିଲ୍ଲାପାଳ ଆସୁଛନ୍ତି ସମସ୍ତେ ସାମ୍ବାଦିକଙ୍କୁ ଘର ଦେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ କେହି ଜିଲ୍ଲାପାଳ ସାମ୍ବାଦିକଙ୍କୁ ଘର ଖଣ୍ଡେ ଯୋଗାଇ ଦେବାରେ ସଫଳ ହୋଇ ନାହାନ୍ତି। ଏହା ଜିଲ୍ଲାପାଳମାନଙ୍କର ଅପାରଗତା ନା ଅନିଚ୍ଛା ପ୍ରକାଶ ତାହା ବୁଝାପଡୁ ନାହିଁ। ଜଣେ ଜିଲ୍ଲାପାଳ ଚାହିଁଲେ କଣ ସାମ୍ବାଦିକମାନଙ୍କର ବସିବା ପାଇଁ ଗୋଟିଏ ଘର ଗୋଟିଏ ଦିନ ଭିତରେ ଯୋଗାଇ ଦେଇ ପାରିବେ ନହିଁ।

ଜିଲ୍ଲାରେ ଅନେକ ଘର ଖାଲି ପଡ଼ିଛି। ଏତେ ଅଫିସ ଚାଲୁଛି। ସେମିତି ଗୋଟେ ଘର ସାମ୍ବାଦିକଙ୍କ ବସାବସି ପାଇଁ ଖୋଲା ଯିବ । ଏଥିରେ ବା ଜିଲ୍ଲାପାଳଙ୍କର ଅସୁବିଧା କେଉଁଠି ରହୁଛି। 

ଅନେକ ଜିଲ୍ଲାପାଳ ଜିଲ୍ଲାର ସାମ୍ବାଦିକମାନଙ୍କୁ ଏମିତି ଅନେକ ମିଛ ପ୍ରତିଶ୍ରୁତି ଦେଇ ଭଦ୍ରକରୁ ବଦଳି ହୋଇ  ଯାଉଛନ୍ତି। ଏବେର ଜିଲ୍ଲାପାଳ ଦିଲ୍ଲୀପ ରାୟରାୟ ମଧ୍ୟ ସାମ୍ବାଦିକମାନକୁ ଘର ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

କେବଳ ସାମ୍ବାଦିକଙ୍କ ଗୃହ ଯୋଗାଣରେ ସମସ୍ୟା ନୁହେଁ,  ସରକାର ସାମ୍ବାଦିକମାନଙ୍କୁ ଯୋଗାଇ ଦେଇଥିବା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମାରେ ମଧ୍ୟ ବିଭ୍ରାଟ କରିଛନ୍ତି।

ନବୀକରଣ କାର୍ଡରେ ତ୍ରୁଟି

ଯେଉଁ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବିମା କାର୍ଡ ନବୀକରଣ କରାଯାଉଛି। ସେମାନଙ୍କ ନବୀକରଣ କାର୍ଡରେ ସାମ୍ବାଦିକଙ୍କ ବାପା ମାଙ୍କ ନାମ କାଟି ଦିଆଯାଇଥିବା ବେକେ ଅନେକ ସାମ୍ବାଦିକଙ୍କ ନାବଳକ ପୁଅ ଝିଅଙ୍କ ନାମ ସ୍ବାସ୍ଥ୍ୟ ବୀମା ନବୀକରଣ କାର୍ଡରୁ ବାଦ୍ ଦିଆଯାଇଛି।

କେଉଁ କାରଣରୁ ଏଭଳି ବିଭ୍ରାଟ କରାଯାଇଛି। ତାହାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି। ନବୀକରଣ କରିବା ଅର୍ଥ ଯାହା ଥିଲା ସେହି ଅନୁଯାୟୀ ବୀମା କାର୍ଡରେ  ତାଲିକା ରହିବା କଥା।

କିନ୍ତୁ ନବୀକରଣ ବେକେ କାହିଁକି ଏଭଳି ମନମୁଖୀ କାମ କରାଯାଉଛି। ତାହାକୁ ନେଇ ଭଦ୍ରକ ଜିଲ୍ଲାରେ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସାମ୍ବାଦିକଙ୍କୁ ସରକାର ପେନସନ ଦେବାରେ ନିଷ୍ପତ୍ତି ନେଇ ପାରୁ ନଥିବା ବେକେ ସ୍ବାସ୍ଥ୍ୟ ବୀମା କାର୍ଡରେ ସେମାନଙ୍କ ପୁଲା ଝିଅଙ୍କ ନାମ  ଅନ୍ତର କରିବା ଅଗଣତାନ୍ତ୍ରିକ ବୋଲି ବହୁ ସାମ୍ବାଦିକ ଏଭଳି ଘଟଣାର ତୀବ୍ର ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ:Osman Hadi 's Funeral: ହଜାର ହଜାର ସମର୍ଥକଙ୍କ ଭିଡ଼ ଭିତରେ ଶେଷ ହେଲା ଉସମାନଙ୍କ ଅନ୍ତିମ ସଂସ୍କାର… ନ୍ୟାୟ ପାଇଁ ଶୁଭିଲା ନାରାବାଜି

ନବୀକରଣ କରାଯାଇଥିବା ସାମ୍ବାଦିକ ସ୍ବାସ୍ଥ୍ୟ ବୀମା କାର୍ଡକୁ ଯଥା ଶୀଘ୍ର ଠିକ୍ କରି ପ୍ରଦାନ ନକଲେ ଆଗାମୀ ଦିନରେ ଭଦ୍ରକ ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ଆଗରେ  ସାମ୍ବାଦିକମାନେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ରିପୋର୍ଟ: ହରିହର ନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe