ଚରମ୍ପା – ଧାମରା ରେଳ ଓଭରବ୍ରିଜ ଅଞ୍ଚଳ ମାଫିଆଙ୍କ ଆଡ୍ଡାସ୍ଥଳ 

Advertisment
ଚରମ୍ପା – ଧାମରା ରେଳ ଓଭରବ୍ରିଜ ଅଞ୍ଚଳ ମାଫିଆଙ୍କ ଆଡ୍ଡାସ୍ଥଳ 

Wikimapia

ଭଦ୍ରକ:  ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ  ଚରମ୍ପା – ଧାମରା ରେଳ ଓଭରବ୍ରିଜ୍ ଅଞ୍ଚଳ  ହେଉଛି ଏବେ ମାଫିଆଙ୍କ ଆଡ୍ଡାସ୍ଥଳ । ବିଳମ୍ବିତ ରାତିରେ ଏଇ ଅଞ୍ଚଳରେ ଚାଲୁଛି ଯେତେ ସବୁ ବେଆଇନ୍ କାର୍ଯ୍ୟ। ଏଇ ଅଞ୍ଚଳ ସହରଠାରୁ କିଛି ଦୂରରରେ ଅବସ୍ଥିତ ହୋଇଥିବାରୁ  ୧୬  ନମ୍ବର  ଜାତୀୟ ରାଜପଥର ଏଇ ନିଛାଟିଆ ଅଞ୍ଚଳ ଦୁର୍ବୁତମାନଙ୍କର କଳାକାରନାମା ଚଳାଇବା ପାଇଁ ସୁଯୋଗ  ଦେଉଛି। ଏଇ ଅଞ୍ଚଳରେ ପୁଲିସର ରାତ୍ରୀ ପେଟ୍ରୋଲିଂ ହେଉ ନଥିବାରୁ ମାଫିଆଙ୍କର ଆଡ୍ଡା ଜମୁଛି।

ଏଇ  ଅଞ୍ଚଳରେ  ବାରଂବାର ଡ୍ରଗସ୍ ଚୋରା କାରବାର ହେଉଥିବା ବ‌େଳେ ଚୋରା ମଦ ମାଫିଆ ଓ ଗୋରୁ ମାଫିଆ, ଏପରିକି କୋଇଲା ମାଫିଆଙ୍କର ଏଇ  ଅଞ୍ଚଳର ଚରାଭୂଇଁ ପାଲଟିଛି। ଏଇ ଅଞ୍ଚଳରେ ମଧ୍ୟ ବିଳମ୍ବିତ ରାତି ବେଳା ଦେହ ବ୍ୟବସାୟ ହେଉଥିବା‌ ଅଭିଯୋଗ  ହେଉଛି।  ୧୬ ନମ୍ବର ଜାତୀୟ ରାଜପଥର   ଚରମ୍ପାରୁ  ରାଣୀତାଲ ଯିବା  ରାସ୍ତାରେ  ପଡୁଛି  ଧାମରା ରେଳ ଓଭରବ୍ରିଜ୍ । ଏଇ ନିଛାଟିଆ   ଅନ୍ଧାରୁଆ  ଅଞ୍ଚଳରେ ଖାଲି ପଡିଥିବା  ଜମି ଓ ଟ୍ରେନ୍ ଲାଇନ୍ କଡ ରେ ମାଫିଆ ମାନେ ଆଡ୍ଡା ଜମେଇ ନିଜର କଳାକାରବାର କରୁଛନ୍ତି। ଏଇ   ସ୍ଥାନରେ ଅତୀତରେ   ଦୁଇ  ତିନୋଟି   ହତ୍ୟାକାଣ୍ଡ ଘଟିଛି।  କିଏ କାହାକୁ କେଉଁ କାରଣରୁ ହତ୍ୟା କରୁଛି। ତାର ଟେର୍ ପୁଲିସ ପାଇ ପାରୁ ନାହିଁ।  କେବଳ ଅଚିହ୍ନା ଲୋକଙ୍କର ଶବ ଉଦ୍ଧାର କରିବା ପରେ ପୁଲିସ ତିଦନ୍ତ ଶିଥିଳ ପଡି ଯାଉଛି।  ଦୁର୍ବୁତମାନଙ୍କର ଆଡ୍ଡାସ୍ଥଳ ପାଲଟିଥିବା ଏଇ ଅଞ୍ଚଳ ଦେଇ ରାତି   ୯ ଟା ପରେ ଲୋକ‌େ ଗାଡି ମଟରରେ ଯାତାୟାତ କରିବାକୁ ଭୟ କରୁଛନ୍ତି।   ବିଳମ୍ବିତ ରାତିରେ  ଏକା ଯିବାକୁ ଲୋକେ ଆଦୗ ସାହାସ କରୁ ନାହାନ୍ତି।  ମାଫିଆଙ୍କ ଦୌରାତ୍ମ୍ୟ ଏଇ ଅଞ୍ଚଳରେ ବୃଦ୍ଧି ପାଇଥିବାରୁ ଏଇ ଅଞ୍ଚଳବାସୀଙ୍କର ସୁରକ୍ଷା ଓ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe