ଚାଟର୍ଡ ଆକାଉଣ୍ଟାଣ୍ଟ କର୍ମଶାଳା: ସିପିଇ ଷ୍ଟଡି ଚାପ୍ଟର ଜୟପୁର ଉଦଘାଟିତ

ଚାଟର୍ଡ ଆକାଉଣ୍ଟାଣ୍ଟ କର୍ମଶାଳା: ସିପିଇ ଷ୍ଟଡି ଚାପ୍ଟର ଜୟପୁର ଉଦଘାଟିତ

Edumilestones

ଜୟପୁର: ଚାର୍ଟଡ ଆକାଉଣ୍ଟାଣ୍ଟ ମାନଙ୍କର ଦିନିକିଆ କର୍ମଶାଳା ଓ ସିପିଇ ଷ୍ଟଡି ଚାପ୍ଟର ଜୟପୁର କାର୍ଯ୍ୟାଳୟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସିଏ କୈଳାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଆବହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବଭାରତ ଆଂଚଳିକ ପରିଷଦ ଅଧ୍ୟକ୍ଷ ସିଏ ରବି ପଟୱା ଉଦଘାଟନ କରିଥିଲେ। ଜିଏସଟିର ଆବଶ୍ୟକତା ଏବଂ ସେଥିରେ ରହିଥିବା ବିଭିନ୍ନ ଜଟିଳତା ଗୁଡିକୁ କିଭଳି ସମାଧାନ କରି ହେବ ସେ ନେଇ ଆଲୋଚନା କରାଯାଇଥିଲା। ଏଥିରେ ଜୟପୁରର ୨୫ଜଣ ସିଏ୍ ଭାଗ ନେଇଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ ଇଆଇଆରସି ଅଧ୍ୟକ୍ଷ ସିଏ ସୁନିଲ ସାହୁ, ବ୍ରହ୍ମପୁର ଶାଖା ପୂର୍ବତନ ଅଧ୍ୟକ୍ଷ ସିଏ ପ୍ରମୋଦ କୁମାର ପଣ୍ଡା, ସଂପାଦକ ସିଏସ୍ ସୁଶିଲ ପଟ୍ଟନାୟକ, ଏଲ୍ ଗୋପାଳ ସାହା, ଜୟପୁର ଟ୍ୟାକ୍ସ ବାର ଆସୋସିଏସନ୍  ସଭାପତି ସୁବାସ ବର୍ମା, ଚାମ୍ବର ଅଫ କମର୍ସ ସଭାପତି ରାଜପାଲ ଖୁରାନା, ଜିଏସଟି ଯୁଗ୍ମ ଆୟୁକ୍ତ ବସନ୍ତ ବେହେରା, ଆଇଟିଓ ଜୟନ୍ତ ଶତପଥୀ ପ୍ରମୁଖ ଭାଗ ନେଇଥିଲେ। ସିଏ ଏନ୍ ଆନନ୍ଦ ରାଓ, ରବିଶଙ୍କର ସିଷ୍ଟା, ଆନନ୍ଦ କୁମାର ମୁନ୍ଦ୍ରା, ଏଲ୍ ଶିବା, ଜୟେଶ ରାଥୋଡ଼, ଏମ୍ ସୁନିଲ, ପି.ଗଣେଶ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe