ସିବିଆଇ ଅଫିସରୁ ବାହାରିଲେ ଶିଳ୍ପପତି ମହିମା ମିଶ୍ର ଏବଂ ପୁଅ ଚନ୍ଦନ, ହାଜର ହେଲେ ଚର୍ଚ୍ଚିତ

Advertisment

ପାରାଦୀପ ପୋର୍ଟ ଲାଞ୍ଚ ମାମଲା

ପାରାଦୀପ ପୋର୍ଟ ଲାଞ୍ଚ ମାମଲା

ସିବିଆଇ ଅଫିସରୁ ବାହାରିଲେ ଶିଳ୍ପପତି ମହିମା ମିଶ୍ର ଏବଂ ପୁଅ ଚନ୍ଦନ, ହାଜର ହେଲେ ଚର୍ଚ୍ଚିତ

Odisha News Insight

ଭୁବନେଶ୍ବର: ଦୀର୍ଘ ୨୦ ଘଣ୍ଟା ଜେରା ପରେ ସିବିଆଇ ଅଫିସରୁ ଶିଳ୍ପପତି ମହିମା ମିଶ୍ର ଏବଂ ତାଙ୍କ ପୁଅ ଚନ୍ଦନ ମିଶ୍ର ବାହାରିଥିବାର ଖବର ମିଳିଛି। ଗତକାଲି ପୂର୍ବାହ୍ନ ୧୧ଟାରୁ ଉଭୟଙ୍କୁ ମାରାଥନ ଜେରା କରିଥିଲା ସିବିଆଇ ଟିମ। ପାରାଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁ ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇସିବିଆଇ ଜେରା କରୁଥିଲା।

ସେପଟେ ଭୋର ୪ଟା ସମୟରେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ସିବିଆଇରେ ହାଜର ହୋଇଥିଲେ। ସିବିଆଇ ଚର୍ଚ୍ଚିତଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ, ଗତକାଲି ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ଚର୍ଚ୍ଚିତ ସିବିଆଇର ହାଜର ହେବା ପରେ ତାଙ୍କର ମେଡ଼ିକାଲ ଟେଷ୍ଟ କରିବା ସହ ତଦନ୍ତ ଆରମ୍ଭ କରିଛି। ମେଡିକାଲ ଟେଷ୍ଟ ପରେ ସିବିଆଇ ଅଫିସକୁ ଫେରିଛନ୍ତି ଚର୍ଚ୍ଚିତ।

ସୂଚନାଯୋଗ୍ୟ, ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ ସିବିଆଇ ଗତକାଲି ୪ ଜଣଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲର  ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ ଥିବା ଜଣାଯାଇଛି।

ଏହାଛଡ଼ା କେସିଟି ଗ୍ରୁପର ଦେବପ୍ରିୟ ମହାନ୍ତି ଓ ଓଏସଏଲର ଚର୍ଚ୍ଚିତ ମିଶ୍ରଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏଯାବତ୍ ସେମାନଙ୍କଠାରୁ ୮୪.୫ ଲକ୍ଷ ଟଙ୍କା ଜବତ କରାଯାଇଛି।୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ମାରାଥନ ଚଢ଼ାଉ ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବେ ବି ଶିଳ୍ପପତି ମହିମା ମିଶ୍ରଙ୍କୁ ପଚରାଉଚରା ଜାରି ରହିଛି। ଏ ନେଇ ସିବିଆଇ ନୂଆଦିଲ୍ଲୀ ଅଫିସରେ ୩ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା।

ଅଭିଯୁକ୍ତମାନଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହଜାର କରାଯିବା ପରେ ସିବିଆଇ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ୍ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ ଓଏସ୍‌ଏଲ୍‌ ଡିଜିଏମ୍ ସୂର୍ଯ୍ୟ ସାହୁଙ୍କୁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି। ରିମାଣ୍ଡରେ ଥିବା ୩ ଜଣ ଅଭିଯୁକ୍ତଙ୍କୁ ସିବିଆଇ ଅଧିକ ପଚରାଉଚରା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe