ବର୍ଷା ସତ୍ତ୍ବେ ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଜାରି

Advertisment
ବର୍ଷା ସତ୍ତ୍ବେ ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଜାରି

ପୁରୀ: ବର୍ଷା ସତ୍ତ୍ବେ ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଆଗେଇ ଚାଲିଛି। ରଥ ଖଳାରେ ରୂପକାରମାନେ ନାଟଗଡୁ କାମ ଅନୁକୁଳ କରିଛନ୍ତି। ବର୍ଷା ବର୍ଷା ସତ୍ତ୍ବେ ୨ ଶହ ଜଣ ରଥ ନିର୍ମାଣ ସେବକ ଶ୍ରୀଜିଉଙ୍କ କାମରେ ଲାଗିଛନ୍ତି। ପ୍ରତି ରଥରେ ୮ଟି ଲେଖାଏଁ ମୋଟ ୩ ରଥର ୨୪ଟି ନାଡଗଡୁ ନିର୍ମାଣ କରାଯିବ।
ଅନ୍ୟପଟେ ଗତକାଲି ତିନି ରଥରେ ସମସ୍ତ ଚକ-ଅଖ ସଂଯୋଗ ହୋଇ ସାରିଛି। ଆଜି ରଥରେ ଦଣ୍ଡା ପଡ଼ିଛି। ମୋଟ ୨୫ଟି ଦଣ୍ଡା ୩ଟି ରଥରେ ଲଗାଯାଇଛି। ଅର୍ଥାତ୍ ସ୍ନାନ ପୂର୍ଣ୍ଣିମା ଆଗରୁ ତିନିରଥର ଫ୍ରେମ କାମ ଶେଷ ହୋଇଛି। ଆଜି ସୁଦ୍ଧା ୯ଟି ଜଳଯନ୍ତ୍ର, ୬ଟି ଗରଗରା ନିର୍ମାଣ ସରିଛି। ସେହିଭଳି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଓ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥର ୧୬ଟି ଲେଖାଏଁ କୋଣଗୁଜ କାମ ସରିଛି।
ତିନିରଥର ୪୨ ଚକ ଓ ୨୧ ଅଖ କାମ‌ ଶେଷ ପରେ ଶନିବାର ସମସ୍ତ ଚକ-ଅଖ ସଂଯୋଗ ସହ ଚକଡେରା କାମ ‌ଶେଷ ହୋଇଛି। ଏଥିସହ ‌ନେତ୍ରୋତ୍ସବ ଦିନ ତିନି ରଥ ବିନା ବାଧାରେ ସିଂହଦ୍ବାରଠାରେ ନିଜ ନିଜ ସ୍ଥାନରେ ପହଞ୍ଚିବା ପାଇଁ ଦିଗ ନିର୍ଣ୍ଣୟ କରାଯାଇ ଚକ-ଅଖଗୁଡ଼ିକ ସେଟିଂ କରାଯାଇଛି। ତିନି ରଥର ଦଣ୍ଡା ଫ୍ରେମଗୁଡ଼ିକରେ ପରୀକ୍ଷାମୂଳକ ଭାବେ ତାର ବିଭିନ୍ନ ଅଂଶ ସଂଯୋ ଗ କରାଯାଇଥିଲା। ଏହି ଦଣ୍ଡା ଫ୍ରେମ ପୁନଃ ସେଟିଂ ପାଇଁ ନମ୍ବରି କାମ ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe