ପୁରୀ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଅପରାହ୍ଣରେ ୪ ଦିନିଆ ପୁରୀ ଗସ୍ତରେ ଆସି ରାଜଭବନରେ ପହଞ୍ଚିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ତା ପ୍ରମୁଖ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ। ରାଜ୍ୟପାଳ ରାଜଭବନ ପରିସରରେ ରଥ ଚକ ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବାଳାଶ୍ରମର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ରେଡକ୍ରସ୍ ପକ୍ଷରୁ କରୋନା ହାଇଜେନିକ କିଟ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ରେଡକ୍ରସ ଓଡ଼ିଶା ଶାଖା ଅବୈତନିକ ସଚିବ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ସିଟିଏମ୍ ସୁଗୁଣା, ସିଟି ଡିଏସ୍ପି ଜନାର୍ଦ୍ଦନ ପାଢ଼ୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଡେପୁଟି କଲେକ୍ଟର ଗୋପୀନାଥ ମିଶ୍ର, ଜିଲ୍ଲାସ୍ତରୀୟ ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ରେଡକ୍ରସ୍ର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ପୁରୀ ରାଜଭବନରେ ରଥ ଚକ ସ୍ଥାପନ
Advertisment
Follow Us