ରଥର ଭୋଇ ସେବକ: ପୂର୍ବଜନ୍ମର ପୁଣ୍ୟ, ମହାପ୍ରଭୁଙ୍କ ସେବା ପାଇଛୁ

Advertisment
ରଥର ଭୋଇ ସେବକ: ପୂର୍ବଜନ୍ମର ପୁଣ୍ୟ, ମହାପ୍ରଭୁଙ୍କ ସେବା ପାଇଛୁ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣରେ ଭୋଇ ସେବକମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ରଥରେ ଲାଗୁଥିବା ଭାରି କାଠଗୁଡ଼ିକୁ ରଥ ଉପରକୁ ଉଠାଇବା ଏବଂ ଆବଶ୍ୟକ ମୁତାବକ କାଠ ଆଣି ମହାରଣାଙ୍କ ପାଖରେ ପହଞ୍ଚାଇବା ଦାୟିତ୍ବ ସେମାନେ ନିର୍ବାହ କରିଥାଆନ୍ତି। ପ୍ରତି ରଥରେ ୬ ଜଣ ଲେଖାଏଁ ଭୋଇ ସେବକ ନିୟୋଜିତ ହୋଇଥିବା ବେଳେ ଏବେ ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ ସେମାନେ ସେବା ଯୋଗାଇ ଦେଉଛନ୍ତି।

ନନ୍ଦିଘୋଷ ରଥର ମୁଖ୍ୟ ଭୋଇ ସେବକ କାର୍ତ୍ତିକ ଭୋଇ କହିଛନ୍ତି, ଏବେ କୋଭିଡ୍‌ କଟକଣା ପାଇଁ ସଙ୍ଗରୋଧରେ ନୀଳାଦ୍ରି ଭକ୍ତ ନିବାସରେ ରହି ଏଠାକୁ ଆସି କାମ କରିବାକୁ ପଡ଼ୁଛି। ତେବେ ରଥଖଳାରେ ପାଦ ପଡ଼ିବା ମାତ୍ରେ ଅଦ୍ଭୁତ ଆନନ୍ଦ ଖେଳିଯାଏ। ସେ ନିଜେ ୧୫ ବର୍ଷ ବୟସରୁ ଏହି କାମ କରି ଆସୁଥିବା ବେଳେ ଏବେ ୬୬ ବର୍ଷ ବୟସରେ ବି ସେ ରଥ ସେବାରେ ନିୟୋଜିତ। ରଥ ଗଢ଼ା ହେବାଠୁ ନେଇ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦାୟିତ୍ବ ନିର୍ବାହ କରିବାକୁ ପଡ଼େ।

ଶ୍ରୀ ଭୋଇ କହିଛନ୍ତି, ପ୍ରଭୁଙ୍କର ସେବା କରିବାର ସୁଯୋଗ ମିଳିବା ହେଉଛି ପୂର୍ବ ଜନ୍ମରେ ପୁଣ୍ୟର ଫଳଶ୍ରୁତି। ପୁଅ ମହେଶ ପ୍ରସାଦ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇ ମଧ୍ୟ ରଥଖଳାରେ କାମ କରୁଛନ୍ତି। ଏହା ଏକ ଦିବ୍ୟ ଆନନ୍ଦର କଥା। ବଂଶଗତ ସୂତ୍ରରେ ଆମ ପିଲାମାନଙ୍କୁ ଯୋଡ଼ିବାର ଉଦ୍ଦେଶ୍ୟ ହେଉଛି, ସେମାନେ ବି ଭବିଷ୍ୟତରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ରୁହନ୍ତୁ। ତେବେ ଦୁଃଖ ଲାଗୁଛି ଯେ ଗୁଣ୍ଡୁଚି ମୂଷା ଭଳି ଶ୍ରମଦାନ ସହ ଯେଉଁ ରଥ ପ୍ରସ୍ତୁତ କରୁଛୁ, ସେ ରଥକୁ ପ୍ରତ୍ୟକ୍ଷ କରିବା ଲାଗି ଭକ୍ତମାନଙ୍କ ଆଗମନ ହେଉନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe