ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର: ବାର୍‌ହା ପାଇଁ ବିଛା ବିଦ୍ୟୁତ୍‌ ତାର ଲାଗି ମୃତ୍ୟୁ ସନ୍ଦେହ

ଗଞ୍ଜାମ ଜିଲ୍ଲା  ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ଗୋପପୁର ଜଙ୍ଗଲରୁ ଆଜି ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ଜଣଙ୍କ ଚିକିଲି ଗ୍ରାମର ପ୍ରସନ୍ନ ଖୁଣ୍ଟିଆ(୫୫)।

gjdgdgjgjd

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା  ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ଗୋପପୁର ଜଙ୍ଗଲରୁ ଆଜି ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ଜଣଙ୍କ ଚିକିଲି ଗ୍ରାମର ପ୍ରସନ୍ନ ଖୁଣ୍ଟିଆ(୫୫)। ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପ୍ରସନ୍ନଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାଟି ୨ଦିନ ପୂର୍ବର ହୋଇଥିବା ବେଳେ ମୃତଦେହ ପଚିଯାଇଛି। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଜାରି ରଖିଛି।

ଆଜି ସକାଳେ କିଛି ମହିଳା ଗୋପପୁର ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଉତ୍କଟ ଦୁର୍ଗନ୍ଧ ହେଉଥିଲା। ନିକଟକୁ ଯାଇ ଦେଖିବା ବେଳେ ସେଠାରେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ପଡ଼ି ରହିଥିଲା। ଏ ନେଇ ଗ୍ରାମବାସୀ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରିଥିବା ବେଳେ ପରିଚୟ ସ୍ପଷ୍ଟ ହୋଇ ନଥିଲା। ଆଖପାଖ ଗାଁର ଲୋକଙ୍କୁ ପଚରାଉଚରା କରିବା ପରେ ପରିଚୟ ଜଣା ପଡ଼ିଥିଲା। ମୃତକ ଜଣଙ୍କ ଚିକିଲି ଗାଁର ପ୍ରସନ୍ନ ବୋଲି ଜଣାପଡ଼ିଥିଲା। ସେ ଦୁଇଦିନ ହେଲା ନିଖୋଜ ଥିଲେ। ନିକଟରେ ବିଦ୍ୟୁତ ତାର ଓ ବିଭିନ୍ନ ସାମଗ୍ରୀ ପଡ଼ି ରହିଥିବା ଦେଖିବାକୁ ମିଳିଛି। ବାରହା ଶିକାର ପାଇଁ ସେଠାରେ ବିଦ୍ୟୁତ ତାର ଲଗା ଯାଇଥିବା ବେଳେ ସେଥିରୁ ଲାଗି ପ୍ରସନ୍ନଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। କିଏ ସେଠାରେ ବାର୍‌ହା ଫାଶ ଲଗାଇଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ଏହି ଘଟଣାରେ ପୁଲିସ କେସ୍ ନମ୍ବର ୩୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe