ଚାଟାର୍ଡ ଆକାଉଣ୍ଟାଣ୍ଟ ଯଯାତୀ କେଶରୀ ପଟ୍ଟନାୟକଙ୍କ ପରଲୋକ

Advertisment
ଚାଟାର୍ଡ ଆକାଉଣ୍ଟାଣ୍ଟ ଯଯାତୀ କେଶରୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର : ବରିଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଯଯାତୀ କେଶରୀ ପଟ୍ଟନାୟକଙ୍କର ଗତ ୭ ତାରିଖରେ ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି। କିଛି ଦିନ ଧରି ସେ ବାର୍ଦ୍ଧକଜନିତ ରୋଗରେ ପୀଡିତ ଥିଲେ। ୧୯୭୫ ମସିହାରେ ତାଙ୍କର ନିଜସ୍ବ ଚାଟାର୍ଡ ଫାର୍ମ ‘ପଟ୍ଟନାୟକ ଏଣ୍ଡ କମ୍ପାନୀ’ ସ୍ଥାପନା କରିଥିଲେ। ଯାହା ଆଜି ଓଡ଼ିଶାର ଅଗ୍ରଗାମୀ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମମାନଙ୍କ ମଧ୍ୟରେ ଅନ୍ୟତମ। ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ ହଂସପାଳ, ଭୁବନେଶ୍ୱରର ପ୍ରତିଷ୍ଠାତା ଓ ଆଜୀବନ ନିର୍ଦ୍ଦେଶକ ଭାବରେ ସେ ପରିଚିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ଶ୍ରୀମତୀ ମମତା ଦାସ, ପୁତ୍ର ସଂଗ୍ରାମ କେଶରୀ ପଟ୍ଟନାୟକ, ପୁତ୍ରବଧୁ ଓ ଦୁଇ ନାତି ଉପସ୍ଥିତ ଥିଲେ। କଟକର ଖାନନଗରସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତସମ୍ପନ୍ନ ହୋଇଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe