ପୁରୀ: ବଡ଼ ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ସୁଭଦ୍ରା ରଥ ଉପରେ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ୧୩୮ ପ୍ରକାର ଅଳଙ୍କାରର ସଜ୍ଜିତ ହୋଇଛନ୍ତି। ପ୍ରାୟ ୨୦୮ କିଲୋଗ୍ରାମ୍ ଅଳଙ୍କାର ଚତୁର୍ଦ୍ଧା ମୂର୍ତ୍ତି ଧାରଣ କରିଛନ୍ତି।
ଧାର୍ଯ୍ଯ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ଯ ସୁନାବେଶ ଆରମ୍ଭ ହୋଇଛି। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି।
#WATCH | Odisha | Adorned with gold jewellery, lord Jagannath and his siblings, Balabhadra and Subhadra, in Odisha's Puri on the occasion of 'Suna Besha' as devotees gather for their darshan. pic.twitter.com/1Cmw7dvfVI
— ANI (@ANI) July 6, 2025
ଶ୍ରୀଜିଉମାନେ ରବିବାର ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ ସୁନାବେଶ ପାଇଁ ପ୍ରବଳ ଜନସମାଗମ ହୋଇଛି।
#WATCH | Odisha | Puri witnesses huge influx of devotees on 'Suna Besha'.
— ANI (@ANI) July 6, 2025
Suna Besha is an event when lord Jagannath and his siblings, Balabhadra and Subhadra, are adorned with gold jewellery. pic.twitter.com/DfYe1zC0lE
ଅଧିକ ପଢ଼ନ୍ତୁ: ଧାର୍ଯ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ ସୁନାବେଶ
ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରତିଟି ଗଳିକୁ ସିଲ୍ କରିଦିଆଯାଇଛି। ପାସ୍ଧାରୀଙ୍କ ଗାଡ଼ି ବି ଛଡ଼ାଯାଉନି।
ବଡ଼ ତଢ଼ାଉ ବା ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ।
— Shree Jagannatha Temple, Puri (@JagannathaDhaam) July 6, 2025
Mahaprabhu Shree Jagannatha, in his rare and divine golden attire, bestows darshan upon the devotees.#RathaJatra2025#RathaYatra2025#ShreeJagannathaDhaam#Sunabesha2025pic.twitter.com/bS5bUcICcj
ଏକାଧିକ ଜାଗାରେ ବିବାଦ ହେବାରୁ ସହରବାସୀଙ୍କୁ ଗାଡ଼ି ନ କାଢ଼ିବାକୁ ନିବେଦନ କରିଛି ପୁଲିସ।
ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରିବା ପାଇଁ ଭକ୍ତମୟ ଶ୍ରୀକ୍ଷେତ୍ର। pic.twitter.com/ir2M3A3EOI
— Shree Jagannatha Temple, Puri (@JagannathaDhaam) July 6, 2025
ରଥ ନିକଟରେ ପ୍ରବଳ ଭିଡ଼ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ରଥାରୂଢ଼ ଶ୍ରୀଜୀଉଙ୍କର ବଡ଼ ତଢ଼ାଉ ବେଶ ବା ସୁନାବେଶ ସମ୍ପୂର୍ଣ୍ଣ ହୋଇଅଛି।
— Shree Jagannatha Temple, Puri (@JagannathaDhaam) July 6, 2025
The Suna Besha of the deities atop the chariots has been completed.#RathaJatra2025#RathaYatra2025#ShreeJagannathaDhaam#Sunabesha2025pic.twitter.com/eveIZj8SAV
ଏଣେ ଚନ୍ଦନପୁରରୁ ପୁରୀ ପର୍ଯ୍ୟନ୍ତ ଭୟଙ୍କର ଭିଡ଼ ହୋଇଛି। ଚନ୍ଦନପୁରରୁ ସାକ୍ଷୀଗୋପାଳ ପହଞ୍ଚିବାକୁ ଦେଢ଼ଘଣ୍ଟା ଲାଗୁଛି। ପ୍ରଶାସନ ପ୍ରସ୍ତୁତ କରିଥିବା ସବୁ ପାର୍କଂ ଭର୍ତ୍ତି ହୋଇଯାଇଛି। କୌଣସି ଗାଡ଼ି ମାଳତିପାଟପୁରରୁ ସିଧା ସହର ଭିତରକୁ ଛଡ଼ା ଯାଉ ନାହିଁ।
ଅଧିକ ପଢ଼ନ୍ତୁ: ସୁନାବେଶ ନୀତି ନିର୍ଘଣ୍ଟ
Suna Besha | Rath Yatra 2025