ଆମ ହସ୍ପିଟାଲ୍ ଯୋଜନାରେ ଜିଲ୍ଲାର ୮ ନିର୍ବାଚନ ମଣ୍ଡଳୀର ସିଏଚ୍‌ସି

Advertisment
ଆମ ହସ୍ପିଟାଲ୍ ଯୋଜନାରେ ଜିଲ୍ଲାର ୮ ନିର୍ବାଚନ ମଣ୍ଡଳୀର ସିଏଚ୍‌ସି

ଖୋର୍ଦ୍ଧା: ଜିଲ୍ଲାର ୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ୮ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)କୁ ଆମ-ହସ୍ପିଟାଲ୍ ଯୋଜନାରେ ସାମିଲ କରାଯାଇଛି । ମୋ ସ୍କୁଲ ଯୋଜନା ଭଳି ଏହି ଯୋଜନାରେ ଚିକିତ୍ସାଳୟର ଉନ୍ନତୀକରଣ କରାଯିବ । ଆଜି ଏନେଇ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ମଙ୍ଗଳବାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏନେଇ ଗଠିତ ହୋଇଥିବା ଜିଲ୍ଲାସ୍ତରୀୟ କମିଟି (ଡିଏଲସି)ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଡିଏଲ୍ସିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ । ବୈଠକରୁ ମିଳିଥିବା ସୂଚନାନୁସାରେ, ଚଳିତ ବର୍ଷ ଫେବ୍ରୁଆରୀ ମାସରୁ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୮ଟ ବ୍ଲକରେ ଥିବା ଚିକିତ୍ସାଳୟରେ ଉନ୍ନତୀକରଣ କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇପାରିନଥିବାରୁ ଏହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏହି ଯୋଜନାରେ ହସ୍ପିଟାଲ୍ର ଜଳଯୋଗାଣ, ପରିମଳ ବ୍ୟବସ୍ଥାର ଉନ୍ନତି ଆଦି କରାଯିବ ଏଥିପାଇଁ ୭ ମାସ ସମୟ ରହିଛି । ୮ଟି ଚିକିତ୍ସାଳୟର ଉନ୍ନୟନ କାର୍ଯ୍ୟ ଅକ୍ଟୋବର ଶେଷ ସୁଦ୍ଧା ଶେଷ କରିବାକୁ ବୈଠକରେ ନିଦେ୍ର୍ଦଶ ଦିଆଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଆର୍ତବନ୍ଧୁ ନାୟକ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe