ଆଜି ୯ ଲକ୍ଷ ଦିଅ, କାଲି ୧୦ ଲକ୍ଷ ପାଇବ: ଅସଲି ବଦଳରେ ଧରେଇ ଦେଲେ ଖେଳନା ଟଙ୍କା

Advertisment
ଆଜି ୯ ଲକ୍ଷ ଦିଅ, କାଲି ୧୦ ଲକ୍ଷ ପାଇବ: ଅସଲି ବଦଳରେ ଧରେଇ ଦେଲେ ଖେଳନା ଟଙ୍କା

ବ୍ରହ୍ମପୁର: ‘ଟିପିଏଫ୍‌ ୟୁ -ଟର୍ଣ୍ଣ’ ନାମରେ ୨୮ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ଠକଦଳ। ୯ଲକ୍ଷ ଟଙ୍କା ଦେଲେ ଗୋଟିଏ ଦିନ ମଧ୍ୟରେ ୧୦ଲକ୍ଷ ଟଙ୍କା ଫେରସ୍ତ ପାଇବ ବୋଲି ବିଶ୍ବାସର ବଶବର୍ତ୍ତୀ ହୋଇ ଦୁଇ ବନ୍ଧୁ ଠକାମିର ଶିକାର ହୋଇଛନ୍ତି। ଅସଲି ଟଙ୍କା ନେଇ ସେମାନଙ୍କୁ ଖେଳନା ଟଙ୍କା ଫେରସ୍ତ କରି ଚମ୍ପଟ ମାରିଛନ୍ତି ଠକ ଗ୍ୟାଙ୍ଗର ଦୁଇ ଅଣଓଡ଼ିଆ ସଦସ୍ୟ। ଏହି ମାମଲାରେ ପୁଲିସ ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶନଗର ୪ର୍ଥ ଗଳିର ବଦ୍ରିନାଥ ପଣ୍ଡା(୨୯), ରାଉତପେଟା ଗଳିର ଭବାନୀଶଙ୍କର ପଟ୍ଟନାୟକ(୨୯), ପୁରୁଷୋତ୍ତମପୁର ଥାନା ରଣଝାଲି ଗ୍ରାମର ରାମଚନ୍ଦ୍ର ପଣ୍ଡା (୪୫), ଆଙ୍ଗୁ ଗ୍ରାମର ନିବାସ ନାହାକ(୪୪), କବିସୂର୍ଯ୍ୟନଗର ଥାନା ବାଲିଆସରାର ଅକ୍ଷୟ କୁମାର ନାୟକ(୨୯)। ଏନେଇ ବୈଦ୍ୟନାଥପୁର ଥାନାରେ ଏକ ମାମଲା (କେସ୍‌ନଂ ୫୮୨/୨୩) ରୁଜୁ ହୋଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରଖିଛି। ପୁଲିସ ଏକ ମାମଲା ରୁଜୁ କରି ବଦ୍ରିନାଥ ସମେତ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଏସ୍‌.ପି. ଡା. ଶରବଣା ବିବେକ୍‌ ଏମ୍‌. ପ୍ରକାଶ କରିଛନ୍ତି। ବହୁ ପରିମାଣର ଟଙ୍କା ଏକାସାଂଗରେ‌ ଦେଲେ ଅଳ୍ପ ଦିନରେ ତା’ର ଦୁଇଗୁଣ ଟଙ୍କା ଫେରିପାଇବ ବୋଲି କହି କିଛି ବ୍ୟକ୍ତି ଲୋକଙ୍କୁ ଠକୁଛନ୍ତି। ଏହାକୁ ଟିପିଏଫ୍ (ଟ୍ରେଡ଼ ପ୍ରଫିଟ୍‌ ଫଣ୍ଡ) ବା ୟୁ-ଟର୍ଣ୍ଣ କୁହାଯାଉଛି। ଏଭଳି ମିଛି ପ୍ରତିଶ୍ରୁତି ଦେଇ ଅଧିକ ଟଙ୍କା ‌ଫେରାଇବାର ପ୍ରଲୋଭନ ଦେଖାଉଥିବା ବ୍ୟକ୍ତିଙ୍କ କଥାକୁ ବିଶ୍ବାସ ନକରିବାକୁ ଏସ୍‌ପି ସତର୍କ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe