ଯାଜପୁର ଜିଲ୍ଲା ବିଜେଡି ସଂପାଦକଙ୍କ ନାଁରେ ଚେକ୍‌ ବାଉନ୍ସ ମାମଲା

Advertisment
ଯାଜପୁର ଜିଲ୍ଲା ବିଜେଡି ସଂପାଦକଙ୍କ ନାଁରେ ଚେକ୍‌ ବାଉନ୍ସ ମାମଲା

Sambad English

ବ୍ରହ୍ମବରଦା:  ଯାଜପୁର ଜିଲ୍ଲା ବିଜେଡି  ସମ୍ପାଦକ ପ୍ରଦୀପ କୁମାର ଦାସଙ୍କ ନାମରେ ଚେକ୍ ବାଉନ୍ସ ମାମଲା ରୁଜୁକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଓ ସମାଲୋଚନା ଆରମ୍ଭ ହୋଇଯାଇଛି।

ପ୍ରକାଶ ଥାଉକି ଧର୍ମଶାଳା ଥାନା ବ୍ରହ୍ମବରଦା ଫାଣ୍ତି ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମର  ବିଜେଡ଼ି ନେତା ଶ୍ରୀ ଦାସ ୨୦୨୧ ମସିହାରେ ବରୀ ବ୍ଲକ୍ ବାଲିବିଲି ପଞ୍ଚାୟତ ଡିହସାହି ଗ୍ରାମର ମଦନ ମୋହନ ଜେନାଙ୍କ ପୁଅ ଅଭିମନ୍ୟୁ ଜେନାଙ୍କ ଠାରୁ ୩ ଲକ୍ଷ ଟଙ୍କା ନେଇଥିଲେ। ପରେ ଅର୍ଥ ଫେରାଇବା ବଦଳରେ ବ୍ରହ୍ମବରଦା ଗ୍ରାମ୍ୟ ବ୍ୟାଙ୍କ ଶାଖାର ଏକ ଚେକ ପ୍ରଦାନ କରିଥିଲେ। ଅଭିମନ୍ୟୁ ଟଙ୍କା ଫେରାଇବାକୁ ଶ୍ରୀ ଦାସଙ୍କୁ ଟଙ୍କା ଫେରସ୍ତ ପାଇଁ କହିଥିଲେ। ଶ୍ରୀ ଦାସଙ୍କ ବ୍ୟାଙ୍କ ଖାତାରେ ଟଙ୍କା ନଥିବାରୁ ଚେକଟି ବାଉନ୍ସ ହୋଇଥିଲା।

ଏହାକୁ ନେଇ ଅଭିମନ୍ୟୁ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି। ଚାକିରି କରାଇ ଦେବା ନାମରେ ସେ ପଇସା ନେଇଥିବାର ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଶ୍ରୀ ‌ଦାସ କହିଛନ୍ତି ଚାକିରି କରାଇ ଦେବା ଘଟଣା ସଂପୂର୍ଣ୍ଣ ଭିତ୍ତିହୀନ। ତେବେ ସେ ଅଭିମନ୍ୟୁଠାରୁ ୩ଲକ୍ଷ ଟଙ୍କା ନେବା କଥା ସତ୍ୟ। ସେଥି ମଧ୍ୟରୁ ୨ଲକ୍ଷ ଟଙ୍କା ପରି‌ଶୋଧ କରିଛନ୍ତି। ଅବଶିଷ୍ଟ ପରିଶୋଧ କରିଦେବେ। ତେବେ ଅଦାଲତ ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀଇ ଅର୍ଥ ପୈଠ କରିବି ବୋଲି ଶ୍ରୀ ଦାସ କହିଛନ୍ତି। ତେବେ ବରୀ ନିର୍ବାଚନମଣ୍ଡଳୀରେ ବିଜେଡି ଦୁଇ ଗୋଷ୍ଠୀ ମଧ୍ୟରେ ଝିକାଟଣା ଲାଗିରହିଥିବାରୁ ଏହି ପ୍ରସଙ୍ଗ ମଧ୍ୟ ଏବେ ରାଜନୀତି ପାଇଁ ଖୋରାକ ଯୋଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe