ତିନି ରଥର ନିର୍ମାଣ କାର୍ଯ୍ୟ ଯାଞ୍ଚ: ଫଟା ଚକରେ ଲାଗିବ କ୍ଲାମ୍ପ୍‌

ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିମ୍‌

ତିନି ରଥର ନିର୍ମାଣ କାର୍ଯ୍ୟ ଯାଞ୍ଚ: ଫଟା ଚକରେ ଲାଗିବ କ୍ଲାମ୍ପ୍‌

ପୁରୀ : ରଥଯାତ୍ରା ପୂର୍ବରୁ ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିମ୍‌। ସେପଟେ ତିନି ରଥର ଫାଟିଥିବା ଚକର ଅର, ପଇକୁ କ୍ଲାମ୍ପ୍‌ ଦେଇ ମରାମତି କରାଯିବ। ସୋମବାର ଦିନ ପ୍ରତ୍ନତତ୍ତ୍ବ ବିଭାଗ କୋର୍‌ କମିଟି ସଦସ୍ୟ ଏନ୍‌ ସି ପାଲଙ୍କ ସହ ଅନ୍ୟ ବରିଷ୍ଠ ଇଂଜିନିୟରଙ୍କ ଅନୁଧ୍ୟାନ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସୋମବାର ସଂଧ୍ୟାରେ ଏନ୍‌ ସି ପାଲଙ୍କ ନେତୃତ୍ବରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଅଜିତ ମହାପାତ୍ର, ଶ୍ରୀମନ୍ଦିର ଯନ୍ତ୍ରୀ ଇଂ. ନରେଶ ଚନ୍ଦ୍ର ରାଉତ ପ୍ରମୁଖ ଆଜି ରଥଖଳାକୁ ଯାଇ ରଥ ନିର୍ମାଣ ସମ୍ପର୍କରେ ମହାରଣା ଓ ଅନ୍ୟ ସେବକଙ୍କ ସହ ଆଲୋଚନା କରିଥିଲେ। ପରେ ପ୍ରସ୍ତୁତ ସରିଥିବା ଚକ, ଅଖ, ଗୁଜ ଆଦି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ପ୍ରସ୍ତୁତ ସରିଥିବା ଚକର ଅର, ପଇ ଆଦିରେ ଫାଟ ଦେଖା ଦେଇଥିଲା। ସେବକଙ୍କ ସହ ଆଲୋଚନା ପରେ ଏଥିରେ ଟି, ୟୁ ଆଦି କ୍ଲାମ୍ପ ଦେଇ ମରମତି କରିବାକୁ କୁହାଯାଇଛି। ଅରରେ ଟି, ପଇରେ ୟୁ କ୍ଲାମ୍ପ ଦେଇ ମରାମତି କରାଯିବ। ତିନି ରଥ କାଠ ଯାଞ୍ଚ ପରେ ଏହି ଟିମ୍‌ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ମନ୍ଦିର ଭିତର ସ୍ଥିତି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ନାଟମଣ୍ଡପରେ ଲାଗିଥିବା ଲୁହାର ବିମ୍‌ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଥିଲା। କଳଙ୍କି ଲାଗିଯାଇଥିବାରୁ ଏହାକୁ ବଦଳାଇ କଳଙ୍କିବିହୀନ ଲୁହା ବିମ୍‌ ଲଗାଇବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ରୋଷଘର ଓ ଅନ୍ୟାନ୍ୟ ସ୍ଥାନ ଅନୁଧ୍ୟାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe