ଜାନୁଆରି ୫ରେ ନାଟମଣ୍ଡପ, ଜଗମୋହନ ଅନୁଧ୍ୟାନ

Advertisment

ଜଗମୋହନ ବାହାରେ ଲାଗିଥିବା ଲୁହା ବିମ୍‌ ଦବୁଛି

ଜଗମୋହନ ବାହାରେ ଲାଗିଥିବା ଲୁହା ବିମ୍‌ ଦବୁଛି

ଶ୍ରୀମନ୍ଦିର ସଂସ୍କାର ପାଇଁ ଅଣ୍ଟା ଭିଡ଼ିଲେ ଶଙ୍କରାଚାର୍ଯ୍ୟ

ପୁରୀ: ଜଗମୋହନ ବାହାରେ ଲାଗିଥିବା ଲୁହା ବିମ ଦବିଲାଣି। ଏହା ଭାରା ସମ୍ଭାଳି ପାରୁନି। ‌ତେଣୁ ଏଠାରେ ଅତିରିକ୍ତ ଭାରା ଦିଆଯିବ ବୋଲି ଆଜି ଭୁବନେଶ୍ବରରେ ‌ଶ୍ରୀମନ୍ଦିର ବୈଷୟିକ କମିଟିର ଏକ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ଜାନୁଆରି ୫ ତାରିଖରେ ବିଶେଷଜ୍ଞ ଦଳ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପର ଯ‌ାଞ୍ଚ କରିବେ ବୋଲି ବୈଠକ‌ରେ ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ମୁତାବକ, ନାଟ ମଣ୍ଡପର ଯେଉଁ ପଥର ବିମ୍ ରହିଛି ସେଥିରେ ସେନ୍‌ସର ଓ ମନିଟର୍‌ ଲାଗିବ। ସେହିଭଳି ନାଟମଣ୍ଡପ ଛାତରୁ ‌ପାଣି ଗଳୁଥିବାରୁ ଖୁବ ଶୀଘ୍ର ଛାତରେ ରସାୟନ ପ୍ରଲେପ ଦିଆଯିବ। ଖଡଗପୁର ଆଇଆଇଟି ତତ୍ତ୍ବାବଧାନ‌ରେ ଏହି କାମ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋର୍‌ ‌କମିଟି ସଦସ୍ୟ ଗୋପାଳ ଚନ୍ଦ୍ର ମିତ୍ର, ମନ୍ଦିର ଅଧିକ୍ଷଣ ଯନ୍ତ୍ରୀ ଏନସି ପାଲ, ଏଏସଆଇ ପକ୍ଷରୁ ଚିତ୍ତରଂଜନ ଦାଶ, ପଦ୍ମଲୋଚନ ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe