୨୮ରୁ ଚେଲ୍ଲାକୁମାରଙ୍କ ୫ ଦିନିଆ ଓଡ଼ିଶା ଗସ୍ତ

ଦାୟିତ୍ବ ମୁକ୍ତ ହେବେ ଚେଲ୍ଲାକୁମାର, ଓଡ଼ିଶାରେ କଂଗ୍ରେସ ପ୍ରଭାରୀଙ୍କ ପ୍ରଦର୍ଶନ ନୈରାଶ୍ୟଜନକ

theonlook.com

ନୂଆଦିଲ୍ଲୀ : ଚଳିତ ମାସ ୨୮ରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ପ୍ରଭାରୀ ଡ. ଏ. ଚେଲ୍ଲାକୁମାର। ଅକ୍ଟୋବର ୨୮ରେ ସେ କଂଗ୍ରେସ ସାଧାରଣ ସଂପାଦକ ରଣଦୀପ ସୁର୍ଜେୱାଲା, ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଓଡ଼ିଶା ବିଧାନସଭା କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସହିତ ମମିତା ମେହେର ହତ୍ୟାକାଣ୍ଡ ମାମଲାର ଅନୁଧ୍ୟାନ ପାଇଁ ବଲାଙ୍ଗୀର ଗସ୍ତ କରିବେ। ୨୯ରେ ଡ. ଚେଲ୍ଲାକୁମାର ଢେଙ୍କାନାଳ ଗସ୍ତ କରିବେ।

ଏହା ପରେ ସେ ୩୦ରେ କଟକ ଗ୍ରାମାଞ୍ଚଳ ଓ ୩୧ରେ ନବରଙ୍ଗପୁର ଗସ୍ତ କରିବେ। ନଭେମ୍ବର ପହିଲାରୁ ଆରମ୍ଭ ହେଉଥିବା କଂଗ୍ରେସର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ବରରେ ରହିବେ। ସେ ଦିନ ଡ. ଚେଲ୍ଲାକୁମାର ଭୁବନେଶ୍ବର‌ରେ ଏକ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରି‌ବେ ବୋଲି ସୂଚନା ଦେଇଛନ୍ତି। ଆଜି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ସାଧାରଣ ସଂପାଦକ, ରାଜ୍ୟ ପ୍ରଭାରୀ, ପିସିସି ସଭାପତିମାନଙ୍କ ବୈଠକ‌ରେ ଡ. ଚେଲ୍ଲାକୁମାର ଏବଂ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ। ବୈଠକରେ ସାରା ଦେଶରେ ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମକୁ ସକ୍ରିୟ କରିବା ତଥା ଦଳରେ ଶୃଙ୍ଖଳା ଓ ଏକତା କିଭଳି ବଜାୟ ରହିବ ସେ ନେଇ ପାର୍ଟି ସୁପ୍ରି‌ମୋ ଗୁରୁମନ୍ତ୍ର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe