ପଦ୍ମପୁରବାସୀଙ୍କୁ ନବୀନବାବୁ ଭକୁଆ ବନାଉଛନ୍ତି: ଚେଲ୍ଲା କୁମାର

Advertisment
ପଦ୍ମପୁରବାସୀଙ୍କୁ ନବୀନବାବୁ ଭକୁଆ ବନାଉଛନ୍ତି: ଚେଲ୍ଲା କୁମାର

ନୂଆପଡ଼ା : ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଯାହାକିଛି ବିକାଶ ହୋଇଛି, ସେସବୁ କଂଗ୍ରେସ ସରକାର ସମୟରେ ହୋଇଛି। ପଦ୍ମପୁର‌ରେ ସ୍କୁଲ, କଲେଜ ଓ ଜଳସେଚନ ବ୍ୟବସ୍ଥା କଂଗ୍ରେସ ଶାସନ ସମୟରେ କରାଯାଇଥିଲା। କଂଗ୍ରେସ ଶାସନ ପରେ ବିଜେପି ଓ ବିଜେଡି ସରକାର ଏହି ନିର୍ବାଚନମଣ୍ଡଳୀର କିଛି ବି ବିକାଶ କରିନାହାନ୍ତି। ଆମେ କୋଭିଡ ସମୟରେ ଦେଖିଛୁ, କେମିତି ହଜାର ହଜାର ଦାଦନ ଏହି ଅଞ୍ଚଳକୁ ଫେରୁଥିଲେ। ଏହାପରେ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି କହିଥିଲେ, ହେଲେ କିଛି କଲେନାହିଁ। ଏବେ ମଧ୍ୟ ରାଜ୍ୟରେ ବହୁ ସରକାରୀ ଅଫିସ୍‌ରେ ହଜାର ହଜାର ପଦବି ଖାଲି ପଡ଼ିରହିଛି। ଏହି ସରକାର ଖାଲି ପ୍ରତିଶ୍ରୁତି ଦିଅନ୍ତି। କେବଳ ଉପନିର୍ବାଚନକୁ ଆଖିଆଗରେ ରଖି ପଦ୍ମପୁରକୁ ନୂଆ ଜିଲ୍ଲା ଗଠନର ପ୍ରତିଶ୍ରୁତି ଦିଆଯାଇଛି। ବିଗତ ୨୩ ବର୍ଷ ହେଲା ଓଡ଼ିଶାବାସୀଙ୍କୁ ନବୀନ ବାବୁ ଭକୁଆ ବନାଉଛନ୍ତି ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର। ଆଜି ଦଳୀୟ କାର୍ଯ୍ୟକ୍ରମ‌ରେ ଯୋଗଦେବା ପାଇଁ ଏଠାକୁ ଆସିଥିବା ଅବସରରେ ସେ ଏହା କହିଛନ୍ତି।

ଶ୍ରୀଚେଲ୍ଲାକୁମାର ଆହୁରି ମଧ୍ୟ କହିଛନ୍ତି, ଆମ ପ୍ରାର୍ଥୀଙ୍କୁ ପଦ୍ମପୁରବାସୀ ଜାଣିଛନ୍ତି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଦୀର୍ଘ ଦିନ ହେଲା ଏହି ଅଞ୍ଚଳର ସେବା କରୁଛନ୍ତି। ଏହି ଅଞ୍ଚଳର ଲୋକଙ୍କ ବିକାଶ ପାଇଁ ସଂଗ୍ରାମ କରୁଛନ୍ତି। ଆମେ ଆମର ସଫଳତା ନେଇ ଲୋକଙ୍କ ପାଖକୁ ଯିବୁ ବୋଲି କହିଛନ୍ତି।

ଏହି ଗସ୍ତ ସମୟରେ ରାଜ୍ୟ ପ୍ରଭାରୀଙ୍କ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ସହ ଜିଲ୍ଲା କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହାପରେ ଅପରାହ୍ନ ୩ଟାରେ ପଦ୍ମପୁର ଉପନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe