ଭୁବେନଶ୍ବର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଛନ୍ତି ଅଥଚ ସେହି ଜିଲ୍ଲାର ବିକାଶ ଯେପରି ହେବା କଥା ହୋଇନାହିଁ। ଗଞ୍ଜାମ ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀ ଅବହେଳା କରିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରଦେଶ କଂଗ୍ରେସ ପ୍ରଭାରୀ ତଥା ସାଂସଦ ଏ. ଚେଲ୍ଲାକୁମାର ଏପରି ଅଭିଯୋଗ କରିଛନ୍ତି। ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲି ଗଞ୍ଜାମ ଖଲ୍ଲିକୋଟ କଲେଜ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। କହିଛନ୍ତି, ରାଜ୍ୟରେ କଂଗ୍ରେସର ସଂଗଠନକୁ ମଜବୁତ କରିବା ପାଇଁ ତୃଣମୂଳ ସ୍ତରରେ ଉଦ୍ୟମ କରାଯିବ। ଏଥିପାଇଁ ଗଞ୍ଜାମ ଜିଲ୍ଲାରେ ଥିବା ଦଳର ପୁରୁଖା ଓ ବରିଷ୍ଠ ନେତାମାନଙ୍କ ସହିତ ମଧ୍ୟ ଆଲୋଚନା କରାଯିବ। ରାଜ୍ୟ ଓ କେନ୍ଦ୍ରୀୟ ସ୍ତରରେ ବିଜେଡି ଓ ବିଜେପି ଯେପରି ଲୋକମାନଙ୍କୁ ଭୂଆଁ ବୁଲାଇ କ୍ଷମତା ଉପଭୋଗ କରିଚାଲିଛନ୍ତି, ସେମାନଙ୍କ ଅସଲ ଚେହେରାକୁ କଂଗ୍ରେସ ଲୋକମାନଙ୍କ ପାଖରେ ଉପସ୍ଥାପନ କରିବ ବୋଲି ଶ୍ରୀ ଚେଲ୍ଲାକୁମାର କହିଛନ୍ତି।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର
Advertisment
Follow Us