ଜିଲ୍ଲା ସଭାପତିଙ୍କ ସହ ଚେଲାକୁମାରଙ୍କ ବୈଠକ: ନରସିଂହଙ୍କ ପରେ ତାରାଙ୍କ ଇସ୍ତଫା ଚର୍ଚ୍ଚା

Advertisment
ଶୃଙ୍ଖଳା କମିଟି ନେବ ପରବର୍ତ୍ତୀ ପଦକ୍ଷେପ: ଚେଲ୍ଲାକୁମାର

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ପିସିସି ପରିବର୍ତନକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଦ୍ବିତୀୟ ଦିନରେ ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର, ଏଆଇସିସି ସାଧାରଣ ସଂପାଦକ ଜି.ରୁଦ୍ର ରାଜୁ ସବୁ ଜିଲ୍ଲା ସଭାପତି, ସାଧାରଣ ସଂପାଦକ ଓ ଦଳର ଅନ୍ୟ ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି। ନେତୃତ୍ବ ପରିବର୍ତନ ସହିତ ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜଭୁତ କରିବା ନେଇ ଆଜି ଦିନଭରି ଆଲୋଚନା ହୋଇଥିବା ସୂଚନା ମିଳିଛି। ଅପରପକ୍ଷରେ ଗତକାଲି ଦନରସିଂହ ମିଶ୍ର ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେଇଥିବା ଚର୍ଚା ହେଉଥିବା ବେଳେ ଆଜି ମୁଖ୍ୟ ସଚେତକ ପଦରୁ ମଧ୍ୟ ତାରା ବାହିନୀପତି ଇସ୍ତଫା ଦେଇଥିବା ଚର୍ଚା ଜୋର ଧରିଛି। ମାତ୍ର ଇସ୍ତଫା ସଂପର୍କରେ ଦୁହେଁ କିଛି ସ୍ପଷ୍ଟ କରି ନାହାନ୍ତି।

ଆଜି ମଧ୍ୟ ଜିଲ୍ଲା ସଭାପତିଙ୍କ ସହିତ ଚେଲାକୁମାର ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି। ପରେ ସାଧାରଣ ସଂପାଦକ ଓ ଅନ୍ୟ ସଦସ୍ୟମାନଙ୍କ ସହିତ ମଧ୍ୟ ‌ସଂଧ୍ୟା ପର୍ଯ୍ୟନ୍ତ ବୈଠକ ବସିଥିଲା। ତେବେ ଅସୁସ୍ଥତା କାରଣ ପାଇଁ କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କ ସହିତ ଚେଲାକୁମାରଙ୍କ ଆଲୋଚନା ହୋଇପାରି ନ ଥିବା ସୂଚନା ମିଳିଛି। ସଂଧ୍ୟାରେ ଚେଲାକୁମାର ଦିଲ୍ଲୀ ଫେରି ଯାଇଛନ୍ତି। ଗତକାଲି ରାଜ୍ୟରେ ପିସିସି ସଭାପତି ପରିବର୍ତନ ନେଇ କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହିତ ପ୍ରଭାରୀ ଆଲୋଚନା କରିଥିଲେ। ଯେହେତୁ ୨୦୧୯ ମସିହାରୁ ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇ ସାରିଛନ୍ତି, ତେଣୁ ଆଉ କାହାକୁ ନେତା ବାଛାଯିବ ସେ ନେଇ ବିଧାୟକ ଓ ବରିଷ୍ଠ ନେତୃବୃନ୍ଦଙ୍କଠାରୁ ମତାମତ ଲୋଡ଼ିଥିଲେ ପ୍ରଭାରୀ ଚେଲାକୁମାର। ବିଧାୟକମାନେ ମଧ୍ୟ ନିଜ ନିଜର ପ୍ରସ୍ତାବ ଦେଇଥିଲେ। ସମସ୍ତଙ୍କ ସହିତ ଆଲୋଚନା ପରେ ଚେଲାକୁମାର ଦିଲ୍ଲୀ ଯାଇ ହାଇକମାଣ୍ଡକୁ ଏ ସଂପର୍କରେ ଜଣାଇବେ। ହାଇକମାଣ୍ଡ ହିଁ ପରବର୍ତୀ ପିସିସି ସଭାପତି ଘୋଷଣା କରିବେ ବୋଲି ସେ ଗଣମାଧ୍ୟମକୁ କହିଥିଲେ। ଏହାସହ ନରସିଂହ ମିଶ୍ରଙ୍କ ଇସ୍ତଫା ପ୍ରଶ୍ନକୁ ମଧ୍ୟ ଟାଳି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe