ଦୁଷ୍ଟାମୀ କଲା ‌ବୋଲି ୮ବର୍ଷୀୟ ନାବାଳକକୁ ଚେଙ୍କ ଦେଲେ ଦାଦା-ଖୁଡ଼ି

Advertisment
ଦୁଷ୍ଟାମୀ କଲା ‌ବୋଲି ୮ବର୍ଷୀୟ ନାବାଳକକୁ ଚେଙ୍କ ଦେଲେ ଦାଦା-ଖୁଡ଼ି

କଟକ: ମର୍କତନଗର ଥାନା ସିଡିଏ ସେକ୍ଟର-୭ରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଷ୍ଟାମୀ କରିବାରୁ ୮ ବର୍ଷର ନାବାଳକକୁ ତାର ଦାଦା ଓ ଖୁଡ଼ି ଚେଙ୍କ ଦେବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଆଈଙ୍କ ଦ୍ବାରା ଥାନାରେ ଏତଲା ଦିଆଯିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅଭିଯୋଗ ପରେ ନାବାଳକକୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଛି। ଏହା ପରେ ତାକୁ ସିଡବ୍ଲୁସିରେ ହଜାର କରାଯିବ। ପୁଲିସ ଅଭିଯୁକ୍ତ ଦାଦା-ଖୁଡିଙ୍କ ନାଁରେ ଆଇପିସର ଦଫା ୩୨୩, ୩୨୪, ୫୦୬, ୩୪  ଓ ୨୪ ଜୁଭେନାଇଲ ଜଷ୍ଟିସ ଆଇନ୍‌ର ଧାରାରେ ମାମଲା ରୁଜୁ କରିଛି। ମା’ଙ୍କ ମୃତ୍ୟୁ ପରେ ନାବାଳକଟି ଦାଦା ଓ ଖୁଡ଼ିଙ୍କ ପାଖରେ ରହୁଥିଲା।

publive-image

ସୂଚନାଯୋଗ୍ୟ, ଛୋଟ ପିଲା ଅଥବା ଦୁଷ୍ଟାମୀ କରୁଥିବା ପିଲାଙ୍କୁ ଚେଙ୍କ ଦେବା ଘଟଣା ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ରାଜ୍ୟରେ ଚେଙ୍କ ଦିଆଯିବା ଘଟଣା ସାମ୍ନାକୁ ଆସିଛି। ତେବେ ଆଦିବାସୀ ଅଧ୍ୟୁଷିତ ପିଲାମାନଙ୍କୁ ଚିକିତ୍ସା ପାଇଁ ଚେଙ୍କ ଦିଆଯାଉଥିବା ନଜିର ରହିଛି। ଗରିବୀ କାରଣରୁ ମଧ୍ୟ ପିଲାଙ୍କୁ ଅଭିଭାବକଙ୍କ ଦ୍ବାରା ଚେଙ୍କ ଦିଆଯାଇଥିବା ଆମେ ପୂର୍ବରୁ ଜାଣିଛେ। ତେବେ କ୍ଷୋଭର ବିଷୟ ହେଲା ଯେ, ରାଜ୍ୟର ଅନ୍ୟତମ ଶିକ୍ଷିତ ସହର କଟକରେ ନାବାଳକକୁ ଚେଙ୍କ ଦିଆଯିବା ଘଟଣା।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରି ୧୩ ତାରିଖରେ ବ୍ରହ୍ମପୁରରେ ସମାନ ପ୍ରକାରର ଅଘଟଣ ଘଟିଥିଲା। ବିସ୍କୁଟ୍ କିଣିବା ପାଇଁ ସାବତ ମା’କୁ ୫ଟଙ୍କା ମାଗିବା ଜଣେ ୮-୯ବର୍ଷର ନାବାଳିକାକୁ ଭାରି ପଡ଼ିଥିଲା। ରୋଷେଇ କରୁଥିବା ସାବତ ମା’ ଗରମ ପିଠା ପାତିଆରେ ଝିଅର ଦୁଇ ଗାଲ, ପିଠି, ବେକ, ପିଠି ଓ ହାତକୁ ଚେଙ୍ଗି ଦେଲା। ଦୁଇ ଦିନ ପରେ ଆଜି ଚେଙ୍କ ଘାଆରେ ପାଉଡର ଲଗାଇ ଟ୍ୟୁସନ୍‌ ଛାଡ଼ିଥିଲା। ସେଠାରେ ଟ୍ୟୁସନ୍‌ ସାର୍‌ ପଚାରିବାରୁ ଝିଅଟି ସବୁକଥା କହିଥିଲା। ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ୭ମ ଗଳିରେ ଏହି ଘଟଣା ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe